ମୁମ୍ବାଇ: ଜୁନ 21ରେ ପୁରା ବିଶ୍ବ ପାଳନ କରିବ ଯୋଗ ଦିବସ । ଯୋଗର ଅଭ୍ୟାସ ଅଧିକ ବଲିଉଡ ସେଲିବ୍ରିଟିଜଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଏହି ତାଲିକାରେ ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ନାମ ମଧ୍ୟ ସାମିଲ ଅଛି । ତାଙ୍କ ଫିଟନେସର ରାଜ କେବଳ ଯୋଗ । ବର୍ତ୍ତମାନ ତାଙ୍କ ଯୋଗକୁ ନେଇ ଏକ ଖୁଲାସା ହୋଇଛି । ତେବେ ଆସନ୍ତୁ ଜାଣିବା ତାଙ୍କ ଯୋଗ କାହାଣୀ ବିଷୟରେ...
ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ କଙ୍ଗନାଙ୍କ ସାକ୍ଷାତ ଜୁହୁ ବିଚ ପାଖରେ ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା । ବ୍ୟକ୍ତିଙ୍କ ଜିମନାଷ୍ଟିକ ଦେଖି କଙ୍ଗନା ଏତେ ପ୍ରଭାବିତ ହୋଇଥିଲେ କି ସଙ୍ଗେ ସଙ୍ଗେ ତାଙ୍କୁ ନିଜର ଗୁରୁ କରିନେଇଥିଲେ ସେ ।
ତାଙ୍କ ଯୋଗ ଗୁରୁଙ୍କ ନାମ ସୂର୍ଯ୍ୟ ନାରାୟଣ । ଗୁରୁଙ୍କ ଠାରୁ ଯୋଗ ଶିଖି ନିଜ ଫିଗରକୁ ସେ ଏଯାବତ ପରଫେକ୍ଟ ରଖିପାରିଛନ୍ତି । ଖାଲି ଏତିକି ନୁହେଁ ସେ ଗୁରୁ ଦକ୍ଷିଣା ଦେବା ବାବଦରେ ସୂର୍ଯ୍ୟଙ୍କୁ 2 କୋଟି ଟଙ୍କାର ଗୋଟିଏ ଫ୍ଲାଟ ଗିଫ୍ଟ କରିଥିଲେ । ଏହି ଫ୍ଲାଟଟି 2 ବିଏଚକେ ଫ୍ଲାଟ ।
ପ୍ରକାଶ ଥାଉକି କଙ୍ଗନାଙ୍କ ସବୁ ଦୁଃଖ ସୁଖରେ ତାଙ୍କ ଯୋଗ ଗୁରୁ ସୂର୍ଯ୍ୟ ତାଙ୍କ ସହ ଠିଆ ହୋଇଥିଲେ । ଅନ୍ୟପଟେ ସୂର୍ଯ୍ୟ ତାଙ୍କୁ କିଛି ମଧ୍ୟ ମାଗିନଥିଲେ କିନ୍ତୁ କଙ୍ଗନା ନିଜ ଖୁସିରେ ତାଙ୍କୁ ଏହି ଫ୍ଲାଟ ଉପହାର ସ୍ବରୂପ ଦେଇଥିଲେ ।
ଏହାସହ ଉପହାର ଦେଇଥିବା ଫ୍ଲାଟରେ ସୂର୍ଯ୍ୟଙ୍କ ଯୋଗ ସେଣ୍ଟର କରିବାରରେ ମଧ୍ୟ କଙ୍ଗନା ସାହାଯ୍ୟ କରିଥିଲେ ।