ETV Bharat / sitara

ଅଡୁଆରେ ଫସିଲା କଙ୍ଗନା ରଣାଓ୍ବତଙ୍କ ସୋ Lock Upp, ରୋକ୍‌ ଲଗାଇଲେ କୋର୍ଟ - କଙ୍ଗନା ରଣାଓ୍ବତ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ହାଇଦ୍ରାବାଦର ସିଟି ସିଭିଲ କୋର୍ଟ କଙ୍ଗନା ରଣାୱତଙ୍କ ଆଗାମୀ ରିଆଲିଟି ସୋ ଲକ୍ ଅପର ରିଲିଜ୍ ଉପରେ ରୋକ ଲଗାଇବା ନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଅଧିକ ପଢନ୍ତୁ

ଅଡୁଆରେ ଫସିଲା କଙ୍ଗନା ରଣାଓ୍ବତ ସୋ Lock Upp
ଅଡୁଆରେ ଫସିଲା କଙ୍ଗନା ରଣାଓ୍ବତ ସୋ Lock Upp
author img

By

Published : Feb 26, 2022, 7:04 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ହାଇଦ୍ରାବାଦର ସିଟି ସିଭିଲ କୋର୍ଟ କଙ୍ଗନା ରଣାୱତଙ୍କ ଆଗାମୀ ରିଆଲିଟି ସୋ 'ଲକ୍ ଅପ୍'ର ରିଲିଜ୍ ଉପରେ ରୋକ ଲଗାଇବା ନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଆବେଦନକାରୀ ତଥା ବ୍ୟବସାୟୀ ସନୋବର ବେଗଙ୍କ ସେହି ଦଲିଲଗୁଡ଼ିକୁ ଯାଞ୍ଚ କରିବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ଦାବି କରାଯାଇଛି ଯେ କଙ୍ଗନାଙ୍କ ସୋ 'ଲକ୍ ଅପ୍'ର ଫର୍ମାଟ୍ ଆବେଦନକାରୀଙ୍କ ରେଜିଷ୍ଟର ଆଇଡିଆ 'ଦ ଜେଲ୍'ର ସ୍କ୍ରିପ୍ଟ ସହିତ ମେଳ ଖାଉଛି । ଏଥି ସହିତ ବ୍ୟବସାୟୀ ସନୋବର ବେଗ କହିଛନ୍ତି ଯେ ତାଙ୍କ ରେଜିଷ୍ଟର୍ଡ ଆଇଡିଆ The Jail ଉପରେ ଆଧାରିତ ଏକ ଲକ୍ ଅପ୍ ସୋ।

ଆସନ୍ତାକାଲି ରିଲିଜ୍ ହେବା ସୋ

କୋର୍ଟ କଙ୍ଗନାଙ୍କ ଆଗାମୀ ସୋ ’ଲକ୍ ଅପ୍’ର ଟ୍ରେଲରର ଭିଡିଓ କ୍ଲିପ୍ ମଧ୍ୟ ରେକର୍ଡ କରିଛନ୍ତି ଏବଂ ଏହା ଆବେଦନକାରୀଙ୍କ ସୋ ସହିତ ସମାନ ବୋଲି ସିଦ୍ଧାନ୍ତ ନେଇଛି। କୋର୍ଟ ତତ୍କାଳ ନୋଟିସ ସହିତ କୌଣସି ବି ଇଲେକ୍ଟ୍ରୋନିକ୍ ମିଡିଆ, ସୋସିଆଲ୍ ମିଡିଆ ଇତ୍ୟାଦିରେ ଏହି ସୋ ରିଲିଜ ଉପରେ ରୋକ ଲଗାଇବା ଉପରେ ଆଦେଶ ଜାରି କରିଛନ୍ତି। ତେବେ ଲକ୍ ଅପ୍ ସୋ ଆସନ୍ତାକାଲି ଅର୍ଥାତ୍ 27 ଫେବୃଆରୀରେ OTT ପ୍ଲାଟଫର୍ମରେ ଷ୍ଟ୍ରିମ୍ ହେବାର ଥିଲା ।

ମୋତେ ଧୋକା ଦିଆଯାଇଛି- ଆବେଦନକାରୀ

ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ସନୋବର ବେଗ କହିଛନ୍ତି ଯେ, ସେ Endemol Shine Indiaର ଅଭିଷେକ ରେଗେଙ୍କ ସହ ଏହି କନ୍ସେପ୍ଟ ସେୟାର କରିଛନ୍ତି। ବେଗ କମ୍ପାନୀ ଉପରେ ଠକିଥିବା ଅଭିଯୋଗ କରିଛନ୍ତି। ଏହି ପୂରା ମାମଲା ଉପରେ ବର୍ତ୍ତମାନ ସିଭିଲ୍ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ 'ଲକ୍ ଅପ୍'ର ନିର୍ମାତାମାନଙ୍କୁ ସୋ କୁ କୌଣସି ବି ପ୍ଲାଟଫର୍ମରେ ଷ୍ଟ୍ରିମିଂ କରିବାକୁ ଅଟକାଇ ଦେଇଛନ୍ତି।

କୋଭିଡ-19 ଯୋଗୁଁ ହୋଇଥିଲା ବିଳମ୍ବ - ଆବେଦନକାରୀ

ଏକ ଖବର କାଗଜ ସହିତ କଥାବାର୍ତ୍ତା କରି ବେଗ କହିଛନ୍ତି, 'ମୁଁ ଏହି କନ୍‌ସେପ୍ଟକୁ 2018 ରେ ପଞ୍ଜୀକୃତ କରିଥିଲି, ଏହା ପରେ ମୁଁ ନିର୍ଦ୍ଦେଶକ ଶାନ୍ତନୁ ରୟଙ୍କ ସହ କାମ କରିବା ପରେ ଷ୍ଟାର ପ୍ଲସ ସହ ସେୟାର କରିଥିଲି, କିନ୍ତୁ ସେମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ଏହା ସହିତ କୋଭିଡ -19 କାରଣରୁ ଜିନିଷ ଅଟକି ଯାଇଥିଲା, ମୁଁ ଦୀର୍ଘ ଦିନ ଧରି ଅଭିଷେକ ରେଗେଙ୍କ ସହ କଥାବାର୍ତ୍ତା କରିଆସୁଥିଲି, ହାଇଦ୍ରାବାଦରେ ମୋର ଅନେକ ବୈଠକ ମଧ୍ୟ ହୋଇଥିଲା, ବୈଠକରେ ମୋତେ ଏହା କୁହାଯାଇଥିଲା ଯେ କୋଭିଡ -19 ର ଏହି ମାହୋଲ ଠିକ ହେବା ପରେ କଥା ହେବା। ସନୋବର ବେଗ ଆଗକୁ କହିଛନ୍ତି ଯେ, ଏଥିପାଇଁ ଯଦି ସୁପ୍ରିମକୋର୍ଟ ଯିବାକୁ ପଡେ, ତାହେଲେ ମୁଁ ଯିବି।

ଏକତା କପୁର

ଏକତା କପୁରଙ୍କ ସୋ ଲକ୍ ଅପ୍ ର ଶୁଭାରମ୍ଭ ସମୟରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଦର୍ଶକମାନେ ଆଜି ପର୍ଯ୍ୟନ୍ତ ଏପରି ସୋ ଦେଖି ନଥିବେ । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଶୋ’ରେ 16 ଜଣ ସେଲିବ୍ରିଟି ପ୍ରତିଯୋଗୀଙ୍କୁ ବିନା କୌଣସି ସୁବିଧାରେ 72 ଦିନ ଜେଲରେ ବନ୍ଦୀ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.