ETV Bharat / sitara

ପୁଅ ହ୍ରିହାନଙ୍କ ବର୍ଥଡେ ସେଲିବ୍ରେଟ କଲେ ସୁଜୈନ-ହ୍ରିତିକ, ଦେଖନ୍ତୁ ପାର୍ଟି ଭିଡିଓ... - ପୁଅ ହ୍ରିହାନଙ୍କ ବର୍ଥଡେ ସେଲିବ୍ରେଟ କଲେ ସୁଜୈନ-ହ୍ରିତିକ

ଆଜି ହ୍ରିତିକ ଏବଂ ସୁଜୈନ ଏକାଠି ପୁଅ ହ୍ରିହାନ ରୋଶନଙ୍କ 15ତମ ବର୍ଥଡେ ସେଲିବ୍ରେଟ କରିଛନ୍ତି । ଏହି ଅବସରରେ ସୁଜୈନ ବର୍ଥଡେ ପାର୍ଟିର କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

hrithik-roshan-sussanne-khan-celebrate-son-hrehaans-15th-birthday-together
ପୁଅ ହ୍ରିହାନଙ୍କ ବର୍ଥଡେ ସେଲିବ୍ରେଟ କଲେ ସୁଜୈନ-ହ୍ରିତିକ,ଦେଖନ୍ତୁ ପାର୍ଟି ଭିଡିଓ...
author img

By

Published : Mar 28, 2021, 6:17 PM IST

ନୂଆଦିଲ୍ଲୀ: ଆଜି (ରବିବାର) ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ପତ୍ନୀ ସୁଜୈନ ଖାନ ଏକାଠି ପୁଅ ହ୍ରିହାନ ରୋଶନଙ୍କ 15ତମ ବର୍ଥଡେ ସେଲିବ୍ରେଟ କରିଛନ୍ତି ।

ଏହି ଅବସରରେ ସୁଜୈନ ହ୍ରିହାନଙ୍କ ବର୍ଥଡେ ପାର୍ଟିର କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ସେୟାର ଭିଡିଓରେ ହ୍ରିତିକ ରୋଶନ, ରାକେଶ ରୋଶନ ଏବଂ ପିଙ୍କି ରୋଶନ ମଧ୍ୟ ନଜର ଆସିଛନ୍ତି । ସମସ୍ତେ ଏକାଠି ହ୍ରିହାନଙ୍କ ବର୍ଥଡେ ସେଲିବ୍ରେଟ କରିଥିଲେ ।

ଏହି ଭିଡିଓରେ ଜାଏଦ ଖାନ ମଧ୍ୟ ନଜର ଆସିଥିଲେ ।

ଭିଡିଓ ସେୟାର କରି ସୁଜୈନ ଲେଖିଛନ୍ତି, "ମୋ ଜୀବନର ଭଲପାଇବା , ମୋର ଉଜ୍ବଳ ଆଲୋକର କିରଣ... ତୁମେ ମୋର ସବୁକିଛି .. ତୁମେ ମୋ ହସର କାରଣ" ।

ସୋସିଆଲ ମିଡିଆରେ ସୁଜୈନ ପ୍ରାୟତଃ ଆକ୍ଟିଭ ରହିଥାନ୍ତି । ସେ 10 ଜାନୁଆରୀ 2021 ରେ ହ୍ରିତିକଙ୍କ ଜନ୍ମଦିନରେ ଏକ ଭିଡିଓ ସହ ଏକ ବିଶେଷ ବାର୍ତ୍ତା ମଧ୍ୟ ଲେଖିଥିଲେ ।

ଏହି ଭିଡିଓରେ ହ୍ରିତିକଙ୍କ ବହୁତ ସାରା ଫଟୋଗୁଡ଼ିକ ଥିଲା ଯେଉଁଥିରେ ସେ ତାଙ୍କର ଦୁଇ ପୁଅଙ୍କ ସହ ମଜା କରୁଥିବାର ନଜର ଆସିଥିଲେ ।

ପ୍ରକାଶ ଥାଉ କି, 2000 ମସିହାରେ ହ୍ରିତିକ ଏବଂ ସୁଜୈନ ବିବାହ କରିଥିଲେ । ଉଭୟଙ୍କ ଦୁଇ ପୁଅ ଅଛି । ଦୁହେଁ 14 ବର୍ଷ ଏକାଠି ରହିବା ପରେ 2014 ମସିହାରେ ହ୍ରିତିକ ଏବଂ ସୁଜୈନ ପରସ୍ପର ସହମତିରେ ଛାଡପତ୍ର ଦେଇଥିଲେ। ଦୁହେଁ ହୁଏତ ଅଲଗା ହୋଇଥାଇ ପାରନ୍ତି, କିନ୍ତୁ ଉଭୟ ନିଜ ବନ୍ଧୁତାର ସମ୍ପର୍କ ବଜାୟ ରଖିଛନ୍ତି । ଦୁହେଁ ନିଜ ପିଲାମାନଙ୍କ ସହିତ ଏବଂ ଫ୍ୟାମିଲି ଟ୍ରିପରେ ପ୍ରାୟତଃ ଏକାଠି ନଜର ଆସିଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.