ETV Bharat / sitara

10 ବର୍ଷରେ ସଞ୍ଜୟଙ୍କ ‘ଗୁଜାରିଶ’, ଜୀବନ ବିଷୟରେ ଜ୍ଞାନ ବାଣ୍ଟିଲେ ହ୍ରିତିକ - ହ୍ରିତିକଙ୍କ ଅଭିନୀତ ଫିଲ୍ମ ‘ଗୁଜାରିଶ’ ରିଲିଜକୁ 10 ବର୍ଷ

ହ୍ରିତିକଙ୍କ ଅଭିନୀତ ଫିଲ୍ମ ‘ଗୁଜାରିଶ’ ରିଲିଜକୁ 10 ବର୍ଷ । ସୁନ୍ଦର ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଶୁଣାଇଲେ କବିତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
author img

By

Published : Nov 20, 2020, 1:59 PM IST

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଗୁଜାରିଶ’ ରିଲିଜକୁ ପୂରିଲା 10 ବର୍ଷ । 2010 ନଭେମ୍ବର 19ରେ ରିଲିଜ ହୋଇଥିଲା ଫିଲ୍ମ । ହ୍ରିତିକଙ୍କ ସହ ପରଦାରେ ରୋମାନ୍ସ କରିଥିଲେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ । 10 ବର୍ଷ ପୂରଣ ଅବସରରେ ହ୍ରିତିକ ସୋସିଆଲ ମିଡିଆରେ ସ୍ପେଶାଲ କଥା ସେୟାର କରିଛନ୍ତି ।

ଭାଇରାଲ ହେଉଥିବା ତାଙ୍କ ଏହି ସୁନ୍ଦର ଭିଡିଓରେ ଶୁଣିବାକୁ ମିଳୁଛି, ‘ଜୀବନ ବହୁତ ଛୋଟ କିନ୍ତୁ ଯଦି ଆପଣ ହୃଦୟରୁ ବଞ୍ଚନ୍ତି ତେବେ ଏହା ବହୁତ । ଆଗକୁ ବଢନ୍ତୁ ନିୟମ ଭାଙ୍ଗନ୍ତୁ, ଶୀଘ୍ର କ୍ଷମା କରନ୍ତୁ, ପ୍ରକୃତରେ ପ୍ରେମ କରନ୍ତୁ ଏବଂ ଆପଣଙ୍କୁ ହସାଉଥିବା କୌଣସି ବି ଜିନିଷକୁ କେବେବି ଅନୁତାପ କରାନ୍ତୁ ନାହିଁ |’

ସେହିପରି ଏହାର କ୍ୟାପସନରେ ସେ କବି ଇଥାନ୍‌ଙ୍କ କବିତାର ଏକ ଲାଇନ ଲେଖିଛନ୍ତି, ‘ଯାହା ପୂର୍ଣ୍ଣ ହୋଇଛି ଖାଲି କରନ୍ତୁ | ଯାହା ଖାଲି ଅଛି ତାହା ପୂର୍ଣ୍ଣ କରନ୍ତୁ । ନିଶ୍ବାସ ନେଇ ଏହାକୁ ଭଲ କରନ୍ତୁ |’

ପ୍ରକାଶ ଥାଉକି ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ଫିଲ୍ମରେ ହ୍ରିତିକ ଓ ଐଶଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ ମୋନିକଙ୍ଗାନା ଦତ୍ତ, ସୁହେଲ ସେଟ, ସ୍ବାରା ଭାସ୍କର ଏବଂ ମାକ୍ରାନ୍ଦ ଦେଶପାଣ୍ଡେ ଅଭିନୟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.