ମୁମ୍ବାଇ: ବି-ଟାଉନର ଦୁଇ ଫେମସ ଆକ୍ସନ ଅଭିନେତା ହ୍ରିତିକ ରୋଶନ ଓ ଟାଇଗର ଶ୍ରଫ ପ୍ରଥମଥର ପରଦାରେ ଏକାଠି ନଜର ଆସିବେ । ଆକ୍ସନ ଫିଲ୍ମ ‘ୱାର’ ଆଉ କିଛି ଦିନ ତଥା ଅକ୍ଟୋବର 2ରେ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ । ଫିଲ୍ମରେ ଦୁଇଜଣଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ବାଣୀ କପୁର । ଆଉ ଏବେ ଫିଲ୍ମର ପ୍ରମୋଶନରେ ଖୁବ୍ ବ୍ୟସ୍ତ ହୋଇଯାଇଛନ୍ତି ଟାଇଗର ଓ ହ୍ରିତିକ ।
ସେମିତି ଦେଖିବାକୁ ଗଲେ ବାସ୍ତବ ଜୀବନରେ ଏହି ଦୁଇଷ୍ଟାର ପରସ୍ପରକୁ ଖୁବ୍ ପସନ୍ଦ କରନ୍ତି । କିନ୍ତୁ ଫିଲ୍ମ ‘ୱାର’ ପାଇଁ ଦୁଇଜଣଙ୍କ ମଧ୍ୟରେ ଏବେ ଠାରୁ ଲଢେଇ ଆରମ୍ଭ ହୋଇଗଲାଣି ।
କଥାଟି ହେଲା କି ଗୋଟିଏ ଦିନ ପୂର୍ବରୁ ଫିଲ୍ମ ପ୍ରମୋଶନ ପାଇଁ ଟାଇଗର ଏମିତି ଏକ ଟି-ସର୍ଟ ପିନ୍ଧିଥିବାର ନଜର ଆସିଥିଲେ । ଯେଉଁଥିରେ ହ୍ରିତିକଙ୍କ କ୍ରିସ ଅବତାର ଦେଖାଯାଉଥିଲା । ଆଉ ଏହାସହ ସେ ହ୍ରିତିକଙ୍କୁ ଚିଡାଇବା ସହ ଉସକାଇ ଲେଖିଥିଲେ ମାସ୍କ ପଛରେ ନିଜ ଡର ଲୁଚାଉଛ । ତାଙ୍କର ଏପରି କାର୍ଯ୍ୟରେ ଅବା କିପରି ଚୁପ ବସିଥାଆନ୍ତେ ହ୍ରିତିକ ।
ସେ ମଧ୍ୟ ବୁଧବାର ଟାଇଗରଙ୍କ ଅନ୍ଦାଜରେ ଜବାବ ଦେଇଛନ୍ତି । ସେ ନିଜ ଧଳା ଟି-ସର୍ଟରେ ଟାଇଗରଙ୍କ ଫିଲ୍ମ ‘ଫ୍ଲାଇଂ ଜଟ’ର ପୋଷ୍ଟର କରିଥିବାର ନଜର ଆସିଥିଲେ । ଆଉ ଏହା ଉପରେ ଲେଖାଥିଲା, ‘ଯୁଦ୍ଧ ପୂର୍ବରୁ ପଳାଇଲ’ ।
ପ୍ରକାଶ ଥାଉକି ଟାଇଗର ଓ ହ୍ରିତିକଙ୍କ ଏହି ସ୍ବଟି ୱାର ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି । ‘ୱାର’ ଫିଲ୍ମକୁ ଦେଖିବାକୁ ଏବେ ଠାରୁ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜିନେସ ଦେଖିବାକୁ ମିଳୁଛି । ଗୁରୁ-ଶିଷ୍ୟଙ୍କ ଜବରଦସ୍ତ ଲଢାଇ ‘ୱାର’ ଟ୍ରେଲରରେ ଦେଖି ଆଉ ଅପେକ୍ଷା କରିପାରୁନାହାଁନ୍ତି ଦର୍ଶକ ବଡ ପରଦାରେ ଫିଲ୍ମ ଦେଖିବାକୁ।