ETV Bharat / sitara

ବଲିଉଡରେ ପରିବାରବାଦ ବିବାଦ, ଜାଣନ୍ତୁ ଷ୍ଟାରକିଡଙ୍କ ଶିକ୍ଷାଗତ ଯୋଗ୍ୟତା

ଆମେ ସମସ୍ତେ ଏହି ଷ୍ଟାର କିଡଙ୍କର ଅଭିନୟ ଏବଂ ଫ୍ୟାଶନ ବିଷୟରେ ତ ଅନେକ କଥା ଜାଣିଛେ ମାତ୍ର ଆଜି ଆମେ ସେମାନଙ୍କ ଶିକ୍ଷା ବିଷୟରେ ଜଣାଇବୁ । ଅଧିକ ପଢନ୍ତୁ....

ବଲିଉଡରେ ପରିବାରବାଦ ବିବାଦ, ଜାଣନ୍ତୁ ଷ୍ଟାରକିଡଙ୍କ କ୍ୟାଲିଫିକେସନ

author img

By

Published : Jun 29, 2020, 6:57 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡରେ ନେପଟିଜିମକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରତିଦିନ ଏହି ପ୍ରସଙ୍ଗରେ ଅନେକ ନିଜ ନିଜ ମତ ରଖିବା ସହ ଷ୍ଟାରକିଡଙ୍କୁ କରୁଛନ୍ତି ଟାର୍ଗେଟ । ସେମାନଙ୍କ କ୍ବାଲିଫିକେସନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଉଛନ୍ତି । ତେବେ ଆମେ ସମସ୍ତେ ଏହି ଷ୍ଟାର କିଡଙ୍କର ଅଭିନୟ ଏବଂ ଫ୍ୟାଶନ ବିଷୟରେ ତ ଅନେକ କଥା ଜାଣିଛେ ମାତ୍ର ଆଜି ଆମେ ସେମାନଙ୍କ ଶିକ୍ଷା ବିଷୟରେ ଜଣାଇବୁ ।

ସୌଫ ଅଲି ଖାନ ଏବଂ ଅମୃତା ଖାନଙ୍କ ତନୟା ସାରା ଅଲି ଖାନ । ସେ ଫିଲ୍ମ 'କେଦାରନାଥ' ଏବଂ 'ସିମ୍ବା' ଜରିଆରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ । ତେବେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ କଲମ୍ବିଆ ବିଶ୍ବବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ସାରା ଜଣେ ଭଲ ଛାତ୍ରୀ ଥିଲେ ।

ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଫିଲ୍ମ 'ଧଡକ' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ଧୀରୁବାଇ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କ ପାଠପଢା ଆରମ୍ଭ କରିଥିଲେ । ଜାହ୍ନବୀ ଫିଲ୍ମରେ ଏଣ୍ଟ୍ରି କରିବା ପୂର୍ବରୁ କାଲିଫର୍ଣ୍ଣିଆର ଲି ଷ୍ଟ୍ରାସବର୍ଗ ଥିଏଟର ଏବଂ ଫିଲ୍ମ ଇନଷ୍ଟିଚ୍ୟୁଟରେ ଏକ ଅଭିନୟ କୋର୍ସ କରିଥିଲେ ।

ଚୁଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ । ଧର୍ମା ପ୍ରଡକ୍ସନ୍ସର 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର 2'ରେ ସେ ନିଜ ବଲିଉଡ ଡେବ୍ୟୁ କରିଥିଲେ ।ଅନନ୍ୟା ଧୀରୁବାଇ ଇଣ୍ଟରନ୍ୟାସନାଲ ସ୍କୁଲରୁ 2017ରେ ସ୍ନାତକ ହାସଲ କରିଥିଲେ ।

ଶାହାରୁଖ ଖାନ ଏବଂ ଗୌରୀଙ୍କ ଝିଅ ସୁହାନା ଖାନ ଧୀରୁବାଇ ଇଣ୍ଟରନ୍ୟାସନାଲ ସ୍କୁଲରୁ ସେମାନଙ୍କର ପ୍ରାଥମିକ ଅଧ୍ୟୟନ କରିଥିଲେ । ସୁହାନା ବର୍ତ୍ତମାନ ନ୍ୟୁୟର୍କରେ ଫିଲ୍ମ ମେକିଙ୍ଗ୍ କୋର୍ସ କରୁଛନ୍ତି । ସେ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବା ନେଇ ସୂଚନା ରହିଛି।

ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ମଧ୍ୟ ତାଙ୍କ ବଲିଉଡ ଡେବ୍ୟୁ ପାଇଁ ରେଡି ଅଛନ୍ତି । ସେ ତାଙ୍କର ଡେବ୍ୟୁ ଫିଲ୍ମ ତେଲୁଗୁ ଚଳଚ୍ଚିତ୍ର ଆରଏକ୍ସ 100ର ରିମେକରେ ନଜର ଆସିବେ । ଆହାନ ମୁମ୍ବାଇରେ ପଢିବା ପରେ ଆମେରିକାରେ ଆକ୍ଟିଂ କୋର୍ସ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.