ETV Bharat / sitara

ହିନାଙ୍କ ପୁରା ପରିବାର କୋରୋନାରେ ଆକ୍ରାନ୍ତ, ନିଜ ସଂକ୍ରମିତ ଦିନକୁ ମନେ ପକାଇଲେ ଅଭିନେତ୍ରୀ - ହିନା ଖାନଙ୍କ ପରିବାର କୋରୋନାରେ ଆକ୍ରାନ୍ତ

ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କ ପୁରା ପରିବାର କୋରୋନାରେ ଆକ୍ରାନ୍ତ ହେବା ପରେ ନିଜ ସଂକ୍ରମିତ ଦିନକୁ ମନେ ପକାଇଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ

ହିନାଙ୍କ ପୁରା ପରିବାର କୋରୋନାରେ ଆକ୍ରାନ୍ତ, ନିଜ ସଂକ୍ରମିତ ଦିନକୁ ମନେ ପକାଇଲେ ଅଭିନେତ୍ରୀ

author img

By

Published : Jan 9, 2022, 10:20 PM IST

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କ ବ୍ୟତୀତ ପୁରା ପରିବାର କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ବିପଦ ସମୟର ବାସ୍ତବ ଚିତ୍ରକୁ ଏକ ନୋଟ୍‌ ମାଧ୍ୟମରେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅଭିନେତ୍ରୀ । ସେ ଘର ଭିତରେ ୨୪ ଘଣ୍ଟା ମାସ୍କ ପିନ୍ଧି ପରିବାର ବର୍ଗଙ୍କ ଯତ୍ନ ନେଉଥିବା କହିଛନ୍ତି ।

ଏ ନେଇ ହିନା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ "ବର୍ତ୍ତମାନର ଜୀବନ ଓ ଇନଷ୍ଟାଗ୍ରାମ ଉଭୟ ସୁନ୍ଦର ଫଟୋ ଓ ଭିଜୁଆଲକୁ ନେଇ ଚାଲିଛି । କିନ୍ତୁ ଯେତେବେଳେ ପରିବାରର ସମସ୍ତ ସଦସ୍ୟ କୋରୋନାରେ ଆକ୍ରାନ୍ତ ହେବା ବେଳେ ଆପଣ ଜଣେ ନେଗେଟିଭ ଥିବେ । ସେହି ସମୟରେ ଘରେ ୨୪ ଘଣ୍ଟା ମାସ୍କ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର କରିବାକୁ ପଡ଼େ । ଏପରି କଲେ ମାସ୍କ ପଛରେ ମୁହଁରେ ଦାଗ ହୋଇଯାଏ" ବୋଲି ସେ ନିଜ ପୋଷ୍ଟରେ ଲେଖିଛନ୍ତି । ଏଥିରେ ସେ ଅନେକ ସେଲଫି ଉଠାଇଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ: Vikram Vedha: ହ୍ରିତିକ୍‌ଙ୍କ ବର୍ଥଡେରେ ପ୍ରଥମ ଝଲକ ଦେଖିବେ ଦର୍ଶକ

ପୂର୍ବରୁ ଗତ ବର୍ଷ ଏପ୍ରିଲ ମାସରେ ହିନା କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ତାଙ୍କ ପୁରା ପରିବାର ଏବେ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେ ନିଜ ଅଭିଜ୍ଞତା ବଳରେ ଏହି ବିପଦ ସମୟ ସହିତ ଲଢୁଛନ୍ତି । ଏହି ସମୟ ଖୁବଶୀଘ୍ର ଅତିବାହିତ ହୋଇଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଶନିବାର ମୁମ୍ବାଇ ୨୦ ହଜାର ୩୧୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.