ETV Bharat / sitara

ବୋଲ୍ଡ ଅବତାରରେ ସଂସ୍କାରୀ ବୋହୂ, ଦେଖନ୍ତୁ ଫଟୋ - ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କ ଡେବ୍ୟୁ ଫିଲ୍ମ ହ୍ୟାକ୍ଡ

ବଲିଉଡରେ ଖୁବଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ। ବିକ୍ରମ ଭଟ୍ଟଙ୍କ ଚର୍ଚ୍ଚିତ ଫିଲ୍ମ ‘ହ୍ୟାକ୍ଡ’ରେ ନଜର ଆସିବେ ସେ। ଜାରି ହୋଇଯାଇଛି ଫିଲ୍ମର ମୋଶନ ପୋଷ୍ଟର।

_hina khan debut movie hacked
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
author img

By

Published : Jan 18, 2020, 1:24 PM IST

ମୁମ୍ବାଇ: ଛୋଟ ପରଦାରୁ ନେଇ ସୋସିଆଲ ମିଡିଆ ପର୍ଯ୍ୟନ୍ତ ନିଜ ଜଲୱା ଦେଖାଇସାରିଥିବା ହିନା ଖାନ ଏବେ ପ୍ରସ୍ତୁତ ହୋଇସାରିଛନ୍ତି ବଲିଉଡରେ ପଦାର୍ପଣ କରିବାକୁ। ସେ ଖୁବଶୀଘ୍ର ଲୋକପ୍ରିୟ ନିର୍ମାତା ବିକ୍ରମ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ହ୍ୟାକ୍ଡ’ରେ ନଜର ଆସିବେ। ଯାହାର ସୁଟିଂ ନିକଟରେ ଶେଷ ହୋଇଥିଲା। ଏବେ ଫିଲ୍ମ ରିଲିଜ ହେବାକୁ ପ୍ରସ୍ତୁତ। ଇତିମଧ୍ୟରେ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ଫିଲ୍ମର ଏକ ମୋଶନ ପୋଷ୍ଟର ଜାରି କରିଛନ୍ତି ମେକର୍ସ।

ଯେଉଁଥିରେ ହିନା ବୋଲ୍ଡ ଅବତାରରେ ନଜର ଆସୁଛନ୍ତି । ଫିଲ୍ମରେ ଡିଜିଟାଲ ଓ ସୋସିଆଲ ମିଡିଆର ନକାରାତ୍ମକ ବିଷୟବସ୍ତୁକୁ ପର୍ଯ୍ୟବେଶିତ କରାଯାଇଛି । ପୋଷ୍ଟର ରିଲିଜ ହେବାର ସୂଚନା ହିନ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

ଆସନ୍ତା ମାସ 7 ତାରିଖରେ ସିନେମଘରେ ‘ହ୍ୟାକ୍ଡ’ ଦେଖିପାରିବେ ଦର୍ଶକ । ରିଲିଜ ପୂର୍ବରୁ ଫିଲ୍ମର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଛାଇଯାଇଛି । ହିନା ପୋଷ୍ଟର ସେୟାର କରିବାର ମାତ୍ର 15 ଘଣ୍ଟା ମଧ୍ୟରେ 4 ଲକ୍ଷରୁ ଅଧିକ ଲାଇକ୍ସ ଏହାକୁ ମିଳିଛି । ଫିଲ୍ମରେ ସାଇବର କ୍ରାଇମ କାହାଣୀ ଦେଖିବାକୁ ମିଳିବ । ଏହାସହ ଚେତାବନୀ ଦିଆଯିବ ଯେ ୱେବରେ ନିଜର ଛୋଟ-ବଡ କଥା ସେୟାର କରିବା କିପରି ଆପଣଙ୍କ ପାଇଁ କ୍ଷତିକାର ସାଜୁଛି ।

ଫିଲ୍ମରେ ହିନା ଜଣେ ଫ୍ୟାଶନ ସାମ୍ବାଦିକା ଭୂମିକାରେ ନଜର ଆସିବେ। ତାଙ୍କ ଭୂମିକା ଫିଲ୍ମରେ ଖୁବ୍ ଗ୍ଲାମରସ ରଖାଯାଇଛି । ଲୋନରଏଙ୍ଗର ପ୍ରଡକ୍ସନ ଦ୍ବାରା ପ୍ରସ୍ତୁତ ଏବଂ ଅମର ପି.ଠକ୍କର ଓ କ୍ରିଷ୍ଣା ଭଟ୍ଟ ଦ୍ବାରା ନିର୍ମିତ ଏହି ଫିଲ୍ମରେ ରୋହନ ଶାହ, ମୋହିତ ମଲହୋତ୍ରା ଓ ସିଡ ମକ୍କଡ ମୁଖ୍ୟ ଭୂମିକାରେ ନଜର ଆସିବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.