ମୁମ୍ବାଇ: ଅଭିନେତ୍ରୀ ସାରା ଅଲି ଖାନଙ୍କ ପରେ ଏବେ ଇବ୍ରାହିମ ମଧ୍ୟ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି । ଏନେଇ ଇବ୍ରାହିମଙ୍କ ପିତା ସୈଫ ସୂଚନା ଦେଇଛନ୍ତି ।
ସୈଫ କହିଛନ୍ତି, "ଇବ୍ରାହିମ ଅଭିନୟ କ୍ୟାରିୟର ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ କାହିଁକି ନୁହେଁ? ମୁଁ ମୋର ସମସ୍ତ ପିଲାଙ୍କୁ ଏହି ପ୍ରଫେସନରେ ଦେଖିବାକୁ ପସନ୍ଦ କରିବି । ଏଠାରେ କାମ କରିବା ବେଷ୍ଟ" ।
"ମୋର ମନେ ଅଛି ଯେ, ମୁଁ 17-18 ବର୍ଷ ବୟସରେ କିଛି କାମ କରିନଥିଲି । ଅଭିନୟ ମୋତେ ନିଜକୁ ନଷ୍ଟ କରିବାରୁ ରକ୍ଷା କରିଥିଲା "
- " class="align-text-top noRightClick twitterSection" data="
">
ତେବେ ସୈଫ ଏହା ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ, ଅଭିନୟରେ ଯୋଗଦେବା ପୂର୍ବରୁ ଇବ୍ରାହିମ ୟୁନିଭର୍ସିଟିରେ ତାଙ୍କ ପାଠପଢା ଶେଷ କରନ୍ତୁ ।
ସାରା ଅଲି ଖାନ ମଧ୍ୟ ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ୟୁନିଭର୍ସିଟିରେ ପାଠପଢା ଶେଷ କରିଥିଲେ ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ ଯେ, ନିକଟରେ ଇବ୍ରାହିମ ଭଉଣୀ ସାରାଙ୍କ ସହ ଏକ ମାଗାଜିନ କଭର ପେଜରେ ନଜର ଆସିଥିଲେ ।