ହାଇଦ୍ରାବାଦ: ନିଜ ଲଭ୍ ଲାଇଫରେ ସର୍ବଦା ଚର୍ଚ୍ଚାରେ ଥିବା ରଣବୀର ପାଳନ କରୁଛନ୍ତି ନିଜର 37ତମ ଜନ୍ମଦିନ । ସାୱରିୟାଁରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ବଲିଉଡ ରକଷ୍ଟାର ‘ସଞ୍ଜୁ’ ଫିଲ୍ମରେ ସର୍ବାଧିକ ସଫଳତା ପାଇଥିଲେ ।
କିନ୍ତୁ ସବୁବେଳେ ନିଜ ଲଭ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି ରଣବୀର । ଦୀପିକା, ସୋନମ, କ୍ୟାଟ୍ରିନା ଓ ବର୍ତ୍ତମାନ ଆଲିଆ, ବଲିଉଡ ସୁନ୍ଦରୀଙ୍କ ପାଖରେ ନିଜ ମନ ହାରିଛନ୍ତି ରଣବୀର । କିନ୍ତୁ ଅଧିକ ଚର୍ଚ୍ଚାରେ ଥିଲା ଦୀପିକା-ରଣବୀରଙ୍କ ପ୍ରେମ କାହାଣୀ । କରନଙ୍କ କଫି ଶୋ'କୁ ଆସି ରଣବୀର ଧୋକା ଦେଇଥିବା କଥା ସ୍ବୀକାର କରିଥିଲେ ଦୀପିକା । ଏପରିକି ରଣବୀରଙ୍କୁ କଣ୍ଡୋମ୍ ଗିଫ୍ଟ ଦେବେ ବୋଲି କହିଥିଲେ ଦୀପିକା ।
ଅନ୍ୟପକ୍ଷେ ସୋନମ କପୁର ଆହୁଜା ମଧ୍ୟ ରଣବୀରଙ୍କ ବିଷୟରେ ଅନେକ କଥା କହିଥିଲେ । ଫଳରେ ରଣବୀରଙ୍କ ପିତା ରିଷି କପୁର ରାଗିଯାଇଥିଲେ । କ୍ୟାଟ୍ରିନାଙ୍କ ପାଇଁ ଦୀପିକାଙ୍କୁ ଧୋକା ଦେଇଥିବା ଶୁଣିବାକୁ ମିଳିଥିଲା । ପରେ କ୍ୟାଟ୍ରିନାଙ୍କ ସହ 7 ବର୍ଷର ରିଲେସନଙ୍କୁ ଭାଙ୍ଗି ଦେଇଥିଲେ ରଣବୀର । ଏହି କାରଣରୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଥିଲେ ରଣବୀର ।
ବର୍ତ୍ତମାନ ରଣବୀର ଆଲିଆ ଭଟ୍ଟଙ୍କୁ ଡେଟ୍ କରୁଥିବାର ଶୁଣିବାକୁ ମିଳୁଛି । ସବୁ କାର୍ଯ୍ୟକ୍ରମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି ଏପରିକିର ଦୁହିଁଙ୍କ ବିବାହ ବିଷୟରେ ମଧ୍ୟ ପରିବାର ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି ।