ETV Bharat / sitara

ହାପି ବର୍ଥଡେ ପ୍ରୀତି ଜିଣ୍ଟା, 34 ଅନାଥ ଝିଅଙ୍କ ସାଜିଛନ୍ତି ମା' - happy birthday Preity Zinta

ବଲିଉଡ୍ ଇଣ୍ତଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ପ୍ରୀତି ଜିଣ୍ଟା ଆଜି 46 ବର୍ଷରେ ପଦାପର୍ଣ କରିଛନ୍ତି । ଆସନ୍ତୁ ଜାଣିବା ପ୍ରୀତିଙ୍କ ବିଷୟରେ କିଛି ଅଜଣା କଥା । ଅଧିକ ପଢନ୍ତୁ...

happy birthday Preity Zinta, she Adopted 34 Orphan Kids
ହାପି ବର୍ଥଡେ ପ୍ରୀତି ଜିଣ୍ଟା, 34 ଅନାଥ ଝିଅଙ୍କ ମା' ଅଟନ୍ତି
author img

By

Published : Jan 31, 2021, 5:32 PM IST

ନୂଆଦିଲ୍ଲୀ: ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ଡିମ୍ପଲ ଗାର୍ଲ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଆଜି(ରବିବାର) ନିଜର 46 ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜି ପ୍ରୀତି 46 ବର୍ଷରେ ପାଦ ଥାପିଥିବା ବେଳେ ସାଥୀ ଓ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

90 ଦଶକର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ସୁପରଷ୍ଟାର ଶାହାରୁଖ ଖାନଙ୍କ ସହ ଫିଲ୍ମ 'ଦିଲ ସେ' ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ମିଳିଥିଲା ।

ପ୍ରୀତି 1975 ଜାନୁୟାରୀ 31ରେ ଶିମଲା ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାଁ ପ୍ରୀତମ୍ ସିଂ ଜିଣ୍ଟା ।

15 ବର୍ଷ ବୟସରେ, ପିତାମାତାଙ୍କୁ ହରାଇ ପ୍ରୀତି ହୃଦୟଙ୍ଗମ କରିଥିଲେ ଯେ, ଏକୁଟିଆ ରହିବା କେତେ କଷ୍ଟକର । ତେଣୁ ସେ 34 ଝିଅଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିବାକୁ ସ୍ଥିର କରିଥିଲେ ।

2009 ମସିହାରେ ପ୍ରୀତି ଋଷିକେଶରୁ 34 ଅନାଥ ଝିଅଙ୍କୁ ଏକାଠି ଗ୍ରହଣ କରିଥିଲେ ଏବଂ ବର୍ଷକୁ ଦୁଇ ଥର ସେମାନଙ୍କୁ ଭେଟିବାକୁ ମଧ୍ୟ ଯାଆନ୍ତି ।

ପ୍ରୀତି ହିନ୍ଦୀ ଫିଲ୍ମ ଛଡା ତେଲୁଗୁ, ପଞ୍ଜାବୀ ଫିଲ୍ମରେ ବି ଅଭିନୟ କରିଛନ୍ତି ।

ପ୍ରୀତିଙ୍କ ଜୀବନ ଭଲି ତାଙ୍କ ଲଭ ଲାଇଫ ମଧ୍ୟ ବେଶ ରୋମାଞ୍ଚକର । ପ୍ରୀତି ଆମେରିକାର ବିଜନେସମ୍ୟାନ ଜିନ ଗୁଣ୍ତଫୁଙ୍କୁ 2016ରେ ବିବାହ କରିଥିଲେ ।

ପ୍ରକାଶ ଥାଉ ଯେ, ପ୍ରୀତି ବଲିଉଡରେ ‘ସୋଲଜର୍’, ‘କ୍ୟା କେହନା’, ‘ଚୋରୀ ଚୋରୀ ଚୁପକେ ଚୁପକେ’, ‘ଦିଲ ଚାହତା ହୌ’, ‘କୋଇ ମିଲ୍ ଗୟା’, ‘କଲ୍ ହୋ ନା ହୋ’, ‘ଫର୍ଜ’, ‘ବୀର୍ ଜାରା’, ‘ସଲାମ୍ ନମସ୍ତେ’, ‘କଭି ଅଲବିଦା ନା କେହନା’ ,‘ସୋଲଜର’ ଭଳି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.