ETV Bharat / sitara

ହାପି ବର୍ଥ ଡେ ଗୁରୁ ରାନ୍ଧୱା - guru randhawa

ଆଜି ଫେମସ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱାଙ୍କର 29 ତମ ଜନ୍ମଦିନ । ଆସନ୍ତୁ ତାଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ତାଙ୍କର କିଛି ହିଟ୍ ଟ୍ରାକ୍ ଉପରେ ନଜର ପକାଇବା ...

happy birthday guru randhawa
ହାପି ବର୍ଥ ଡେ ଗୁରୁ ରାନ୍ଧୱା
author img

By

Published : Aug 30, 2020, 3:56 PM IST

ମୁମ୍ବାଇ: ଆଜି ଫେମସ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱା ନିଜର 29 ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ଗୁରୁଶରଣଜୋତ ସିଂ ରାନ୍ଧୱା । କିନ୍ତୁ ସମସ୍ତେ ତାଙ୍କୁ ଗୁରୁ ରାନ୍ଧୱା ନାମରେ ଜାଣନ୍ତି ।

ଗୁରୁଙ୍କ ସମସ୍ତ ଗୀତକୁ ପ୍ରଂଶସକମାନେ ବହୁତ ପସନ୍ଦ କରିଥାନ୍ତି ।

ହାଇ ରେଟେଡ ଗବ୍ରୁ: ରାନ୍ଧୱାଙ୍କ ଏହି ଗୀତ 2017 ରେ ମୁକ୍ତିଲାଭ କରିଥିଲା । ଯାହାକୁ ପ୍ରଂଶସକମାନେ ବହୁତ ପସନ୍ଦ କରିଥିଲେ । ଏହି ଗୀତରେ ବର୍ତ୍ତମାନ ପର୍ଯ୍ୟନ୍ତ 95 କୋଟିରୁ ଅଧିକ ଭ୍ୟୁ ମିଳିସାରିଛି ।

ଲାହୋର :ଏହି ଗୀତ ଗୁରୁଙ୍କ ଗୀତ ଲିଷ୍ଟରେ ବହୁତ ଲୋକପ୍ରିୟ । ଏହି ଗୀତ 2017 ରେ ମୁକ୍ତିଲାଭ କରିଥିଲା । ଏହି ଗୀତରେ 88 କୋଟିରୁ ଅଧିକ ଭ୍ୟୁ ଅଛି, ଯାହା ବାସ୍ତବରେ ଚକିତକର ।

ପଟୋଲା : ଗୁରୁ ଏବଂ ରାପର ବୋହେମିଆଙ୍କ ଦ୍ୱାରା ଏହି ଗୀତ କମ୍ପୋଜ କରାଯାଇଥିଲା । ଏହି ଗୀତଟି ବହୁତ ହିଟ୍ ହୋଇଥିଲା । ଏହି ଗୀତରେ 50 କୋଟିରୁ ଅଧିକ ଭ୍ୟୁ ମିଳିସାରିଛି ।

ଓ୍ବୋ ତେନୁ ସୁଟ୍-ସୁଟ୍ କରଦା : ଗୁରୁଙ୍କ ଏହି ଗୀତକୁ ପ୍ରଂଶସକମାନେ ବହୁତ ପସନ୍ଦ କରିଥିଲେ ​। ଏହା ପରେ ଏହି ଗୀତଟି ହିନ୍ଦୀ ମିଡିୟମ ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ ହୋଇଥିଲା । ଏହି ଗୀତରେ 42 କୋଟିରୁ ଅଧିକ ଭ୍ୟୁ ଅଛି ।

ବନ୍ ଜା ମେରୀ ରାନୀ : ଗୁରୁଙ୍କ ଏହି ଗୀତ ବିଦ୍ୟା ବାଲାନ୍ ଷ୍ଟାରର୍ ଫିଲ୍ମ ତୁମାରୀ ସୁଲୁରେ ସ୍ୱତନ୍ତ୍ର ସ୍ୱୀକୃତି ମିଳିଥିଲା । ଏହି ଗୀତଟି ବର୍ତ୍ତମାନ ପର୍ଯ୍ୟନ୍ତ ୟୁଟ୍ୟୁବରେ 16 ମିଲିୟନରୁ ଅଧିକ ଥର ଦେଖାଯାଇଛି ।

ମେଡ୍ ଇନ୍ ଇଣ୍ଡିଆ : ରାନ୍ଧୱାଙ୍କ ଗୀତ ମେଡ୍ ଇନ୍ ଇଣ୍ଡିଆ ଏକ ବଡ଼ ହିଟ୍ ହୋଇଥିଲା । ଯେଉଁଥିରେ ଗୁରୁ ଏବଂ ଏଲନାଜ ନରୁଜୀଙ୍କ ଅଭିନୟ କରିଥିଲେ । ଗୀତର ଲିରିକ୍ସକୁ ରାନ୍ଧୱା ଲେଖିଥିଲେ ଏବଂ କମ୍ପୋଜ ମଧ୍ୟ କରିଥିଲେ ।

ମୋରଣୀ ବନକେ: ଗୁରୁଙ୍କ ଏହି ଗୀତ ଚଳଚ୍ଚିତ୍ର 'ବଧାଇ ହୋ' ରେ ସମସ୍ତଙ୍କ ପ୍ରିୟ ଗୀତରେ ଅନ୍ତର୍ଭୁକ୍ତ ।

ଇଶାରେ ତେରେ : ଗୁରୁଙ୍କ ଏହି ଗୀତ 2018 ରେ ମୁକ୍ତିଲାଭ କରିଥିଲା । ଏହି ଗୀତଟି ଗୁରୁଙ୍କ ସହିତ ଭାନୁଶାଲି ମଧ୍ୟ ସ୍ବର ଦେଇଥିଲେ ।

ସ୍ଲୋଲି ସ୍ଲୋଲି : ଏହି ଗୀତରେ ଗୁରୁଙ୍କ ସହିତ ଆମେରିକୀୟ ଗାୟକ ତଥା ରାପର ପିଟବୁଲ ମଧ୍ୟ ସ୍ବର ଦେଇଥିଲେ । ଏହି ଗୀତ ଏକ ବଡ଼ ହିଟ୍ ହୋଇଥିଲା ।

ସୁରମା ସୁରମା: ନିକଟରେ ଗୁରୁଙ୍କର ଏହି ଗୀତ ମୁକ୍ତିଲାଭ କରିଛି । ଏହି ଗୀତରେ ଗୁରୁଙ୍କ ସହିତ ଜୟ ସିନ ମଧ୍ୟ ସ୍ବର ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.