ETV Bharat / sitara

ମେରୁଦଣ୍ଡ ସମସ୍ୟାରେ ପୀଡିତ 10 ବର୍ଷର ଝିଅକୁ ସହାୟତା କଲେ ସୋନୁ

ସୋନୁ ସବୁବେଳେ ନିଜ ମହାନତା ପାଇଁ ବେଶ୍ ଚର୍ଚ୍ଚିତ । ଗତ 6 ମାସରୁ ସେ ସମସ୍ତଙ୍କ ସେବା କରିଆସୁଛନ୍ତି । ଏବେ ମଧ୍ୟ ଏପରି କିଛି ଦେଖିବାକୁ ମିଳିଛି ।

author img

By

Published : Oct 24, 2020, 8:19 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ କୋରୋନା କାଳରେ ଦେଶବାସୀଙ୍କ ପାଇଁ ଭଗବାନ ସାଜିଛନ୍ତି । ଲକଡାଉନ ପରେ ମଧ୍ୟ ସେ ଲୋକଙ୍କୁ କ୍ରମାଗତ ଭାବରେ ସାହାଯ୍ୟ କରୁଛନ୍ତି । ଏଥିପାଇଁ ତାଙ୍କର ପ୍ରଶଂସା ସବୁ ମହଲରେ। ଏଥର ସେ ଜଣେ କୁନି ଝିଅକୁ ସାହାଯ୍ୟ କରି ଚର୍ଚ୍ଚାରେ ।

ସେ ପ୍ରାୟତଃ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରନ୍ତି । ଟ୍ବିଟର ୟୁଜର୍ସ ଅଭିନେତାଙ୍କୁ ଟ୍ୟାଗ୍ କରି ନିଜ ନିଜ ସମସ୍ୟା ଗୁଡିକ ଜଣାଇଛନ୍ତି। ଆଉ ଲୋକଙ୍କ ଦୁଃଖ ଦେଖି ସୋନୁ ତୁରନ୍ତ ସମାଧାନ କରିବାରେ ଲାଗି ପଡୁଛନ୍ତି ।

  • चलिए इस बच्ची को स्वस्थ करते हैं।
    तैयारी कीजिए।

    28th को होगी सर्जरी ! ✅@IlaajIndia https://t.co/a4L50tHMSz

    — sonu sood (@SonuSood) October 23, 2020 " class="align-text-top noRightClick twitterSection" data=" ">

ନିକଟରେ ଜଣେ ୟୁଜର ଟ୍ବିଟ କରି 10 ବର୍ଷିୟ କୁନି ଝିଅ ପାଇଁ ସାହାଯ୍ୟ ନିବେଦନ କରିଥିଲେ। ସେପଟେ ସୋନୁ ସଙ୍ଗେ ସଙ୍ଗେ ସେମାନଙ୍କୁ ସାହାଯ୍ୟର ଆଶ୍ବାସନା ଦେଇଛନ୍ତି।

କଥାଟି ହେଲା ଯେ ସୋନୁଙ୍କୁ ଟ୍ୟାଗ୍ କରି ବ୍ୟକ୍ତି ଜଣକ କହିଛନ୍ତି, ‘ସୋନୁ ସାର୍ ଜଣେ 10 ବର୍ଷ ଝିଅ ଅଛନ୍ତି ଯିଏ ତାଙ୍କ ଗରିବ ପିତାମାତାଙ୍କ ସହ ମୁମ୍ବାଇରେ ରୁହନ୍ତି, ପିଲାଟିର ଏକ ମେରୁଦଣ୍ଡରେ କ୍ରାକ୍ ହୋଇଛି । ଡାକ୍ତର ତୁରନ୍ତ ଅପରେସନ୍ କରିବାକୁ କହିଥିଲେ। ଦୟାକରି ସେହି ଝିଅକୁ ସାହାଯ୍ୟ କର।’

ସୋନୁ ଏହାର ଉତ୍ତରରେ କହିଛନ୍ତି, ‘ଚାଲ ଏହି ଶିଶୁକୁ ସୁସ୍ଥ କରିବା। ପ୍ରସ୍ତୁତି କରନ୍ତୁ । ଆସନ୍ତା28ରେ ସର୍ଜରୀ କରାଯିବ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.