ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ କୋରୋନା କାଳରେ ଦେଶବାସୀଙ୍କ ସେବା କ୍ରମାଗତ ଭାବେ କରିଆସୁଛନ୍ତି । ସେ ବର୍ତ୍ତମାନ ସମସ୍ତଙ୍କ ଭଗବାନ ସାଜିଛନ୍ତି । ସେ ଲୋକଙ୍କ ଦୁଃଖଭରା କାହାଣୀ ସୋସିଆଲ ମିଡିଆରେ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ସହଯୋଗର ହାତ ବଢାଉଛନ୍ତି । ଯାହା ପାଇଁ ତାଙ୍କର ପ୍ରଶଂସା ସବୁ ମହଲରେ । ସେପଟେ ଫ୍ୟାନ୍ସ ମଧ୍ୟ ତାଙ୍କ ସହ ଦେଖା କରିବାକୁ ସୋସିଆଲ ମିଡିଆରେ ଅନୁରୋଧ କରୁଛନ୍ତି । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।
କଥାଟି ହେଲା ଯେ ଜଣେ ଫ୍ୟାନ ତାଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଯାହା ଉପରେ ମଜାଦାର କମେଣ୍ଟ ଦେଇ ସର୍ତ୍ତ ରଖିଛନ୍ତି ସୋନୁ ।
ଫ୍ୟାନ ଜଣଙ୍କ ଟ୍ବିଟ କରି ଲେଖିଛନ୍ତି, ‘ସୋନୁ ସାର୍ ମୁଁ ଆପଣଙ୍କ ବଡ ଫ୍ୟାନ। ହେଲେ ମୋର ସାକ୍ଷାତ ଆପଣଙ୍କ ସହ ହୋଇପାରିବ ନାହିଁ । ହୁଏତଃ ମୁଁ କେବେ ମଧ୍ୟ ଆପଣଙ୍କୁ ଭେଟିପାରିବି ନାହିଁ । ଦୟା କରି ଆପଣ ଥରେ କହି ଦିଅନ୍ତୁ ଆମର ସାକ୍ଷାତ ହେବ ବୋଲି।’
-
मिलूँगा ज़रूर।
— sonu sood (@SonuSood) October 15, 2020 " class="align-text-top noRightClick twitterSection" data="
अगर जो निम्बू पानी आप पी रहे हो मेरे लिए भी ले आओगे। 🤗 https://t.co/FRxZkfu3hE
">मिलूँगा ज़रूर।
— sonu sood (@SonuSood) October 15, 2020
अगर जो निम्बू पानी आप पी रहे हो मेरे लिए भी ले आओगे। 🤗 https://t.co/FRxZkfu3hEमिलूँगा ज़रूर।
— sonu sood (@SonuSood) October 15, 2020
अगर जो निम्बू पानी आप पी रहे हो मेरे लिए भी ले आओगे। 🤗 https://t.co/FRxZkfu3hE
ଏହାର ଜବାବରେ ସୋନୁ ଲେଖିଛନ୍ତି, ‘ସାକ୍ଷାତ ନିହାତି କରିବି ଯଦି ତୁମେ ପିଉଥିବା ଲେମ୍ବୁ ପାଣି ମୋ ପାଇଁ ଆଣିକି ଆସିବ ।’ ତାଙ୍କ ଏପରି ରିପ୍ଲାଇରେ ଫ୍ୟାନ୍ସ ମଜାଦାର କମେଣ୍ଟ ଦେଖିବାରେ ଲାଗିଛନ୍ତି।