ETV Bharat / sitara

ନାକ ସର୍ଜରୀ ପାଇଁ ସମାଲୋଚନାର ଶିକାର ହେଲେ ପ୍ରିୟଙ୍କା

ବର୍ତ୍ତମାନ ନିଜ ବହି ଅନଫିନିସଡ୍‌କୁ ନେଇ ଚର୍ଚ୍ଚାରେ ଥିବା ପ୍ରିୟଙ୍କା ନିଜ ସର୍ଜରୀ ବିଷୟରେ ଜଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

author img

By

Published : Feb 10, 2021, 11:22 AM IST

ମୁମ୍ବାଇ: ଦେଶ ଗାର୍ଲରୁ ଗ୍ଲୋବାଲ ଆଇକନ ସାଜିଥିବା ପ୍ରିୟଙ୍କା ଚୋପ୍ରା ସବୁଥିରେ ପାରଙ୍ଗମ । ଅଭିନୟ, ପ୍ରଯୋଜନା ଦୁନିଆରେ କମାଲ କରିସାରିବା ପରେ ଏବେ ସେ ଲେଖିକା ରୂପେ ପରିଚିତ । ନିକଟରେ ତାଙ୍କ ଲେଖା ବହି ଅନଫିନିସଡ୍ ପ୍ରକାଶିତ ହୋଇଥିଲା । ଏହି ବହିରେ ସେ ନିଜ ବୋଡିଂ ସ୍କୁଲରୁ ନେଇ ବଲିଉଡ ଯାତ୍ରା ପର୍ଯ୍ୟନ୍ତ ସବୁ କାହାଣୀ ଲେଖିଛନ୍ତି । ସବୁଠୁ ମୁଖ୍ୟ କଥା ହେଲା ଯେ ନିଜ ପ୍ରଫେଶନାଲ ଲାଇଫରେ ସେ ନିଜ ନାକ ସର୍ଜରୀ କରିବା ପାଇଁ ସମାଲୋଚନା ଶିକାର ହୋଇଛନ୍ତି । ଯାହା ବିଷୟରେ ସେ ଏହି ବହିରେ ଆଲୋଚନା କରିଛନ୍ତି । ଏହି ସମାଲୋଚନା ତାଙ୍କୁ ଦୁର୍ବଳ ମଧ୍ୟ କରିଦେଇଥିଲା ।

ସେହିପରି ସେ ଲେଖିଛନ୍ତି, ‘ମୋ ପରିବାର ଲୋକେ କହିବା ଦ୍ବାରା ମୁଁ ଡାକ୍ତରଙ୍କ ପାଖକୁ ଯାଇଥିଲି । ମୋ ନାକରେ ହାଡ ବଢୁଥିଲା, ଯାହାକୁ ହଟାଇବାକୁ ପଡିଲା । ଏହାକୁ କେବଳ ଅସ୍ତ୍ରୋପଚାର ଦ୍ବାରା ଅପସାରଣ କରାଯାଇ ପାରିଥାଆନ୍ତା । ଏହା ଏକ ନିତ୍ୟ ବ୍ୟବହାର୍ଯ୍ୟ ପ୍ରଣାଳୀ, କିନ୍ତୁ ଏହା ମୋ କ୍ଷେତ୍ରରେ ହୋଇନଥିଲା । ମୁଁ ଅଭିନେତ୍ରୀ ହେବା ପରେ ମତେ ନାକ ସର୍ଜରୀ ପାଇଁ ଅନେକ କଥା ଶୁଣିବାକୁ ମିଳିଥିଲା । ଲୋକଙ୍କ ସମାଲୋଚନା ମତେ ପୁଣିଥରେ ଭାଙ୍ଗି ଦେଇଥିଲା । କିନ୍ତୁ ମୁଁ ସାହସ ସହ ସମସ୍ତଙ୍କ ସାମ୍ନା କଲି । ସେଥିପାଇଁ ଆଜି ମୁଁ ଏଠାରେ । ’

ଏମିତି ପ୍ରଥମଥର ହୋଇନାହିଁ ଯେବେ କୌଣସି ଅଭିନେତ୍ରୀଙ୍କୁ ନିଜ ସର୍ଜରୀ ପାଇଁ ସମାଲୋଚନା ଶିକାର ହେବାକୁ ପଡିଛି । ପ୍ରିୟଙ୍କାଙ୍କ ପୂର୍ବରୁ ଅନେକ ଅଭିନେତ୍ରୀ ଏହି ସମସ୍ୟା ଦେଇ ଗତି କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.