ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବୃଦ୍ଧଙ୍କ ସହ ମାରପିଟ୍ ମାମଲା ସାମ୍ନାକୁ ଆସିଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏବେ ରାଜଧାନୀ ଦିଲ୍ଲୀରେ ଏହି ବିବାଦକୁ ନେଇ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର, ଟ୍ବିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ବରୀ ସମେତ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଏହି ମାମଲା ଦିଲ୍ଲୀର ତିଲକ ମାର୍ଗ ଥାନରେ ରୁଜୁ କରାଯାଇଛି । ଅଭିଯୋଗ ହେଲା ଯେ ଗାଜିଆବାଦରେ ହୋଇଥିବା ବୃଦ୍ଧଙ୍କ ସହ ମାରପିଟ୍ ମାମଲାରେ ଏହିମାନେ ଉତ୍ତେଜନାପୂର୍ଣ୍ଣ ଟ୍ବିଟ କରିଥିଲେ ।

ସେପଟେ ପଟିଆଲା ହାଉସ କୋର୍ଟର ଓକିଲ ଅମିତ ଆଚାର୍ଯ୍ୟଙ୍କ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ ଜଣେ ବୃଦ୍ଧ ଅବଦୁଲ ସମାଦଙ୍କର ଦାଢି କାଟିବା ଏବଂ ମାରପିଟ୍ କରିବା ଭିଡିଓ ଭାଇରାଲ ହେଇଛି । ଏହି ଭିଡିଓକୁ ମହମ୍ମଦ ଆସିଫ ଖାନ ଏବଂ ଅରଫା ଖାନମ ଶେରୱାନି ଗତ 14ରେ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେପଟେ ସ୍ବରା ଏହାକୁ ଗତ 15 ତାରିଖରେ ପୋଷ୍ଟ କରି ଲୋକଙ୍କ ମଧ୍ୟରେ ମିଥ୍ୟା ପ୍ରଚାର କରିଥିଲେ ବୋଲି ଅଭିଯୋଗରେ କୁହାଯାଇଛି ।

ହେଲେ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ରୁଜୁ ହୋଇନାହିଁ । ସେପଟେ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ