ETV Bharat / sitara

ଗଙ୍ଗୁବାଇ ଅବତାରରେ ଆଲିୟା, ଦେଖନ୍ତୁ ପୋଷ୍ଟର - ବହୁପ୍ରତିକ୍ଷିତ ଫିଲ୍ମ ‘ଗଙ୍ଗୁବାଇ କାଥିୟାୱାଡା’

ଆସନ୍ତା ସେପ୍ଟେମ୍ବର 11ରେ ରିଲିଜ ହେବ ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଗଙ୍ଗୁବାଇ କାଥିୟାୱାଡା’ । ଫିଲ୍ମ ସୁଟିଂରେ ଖୁବ୍ ବ୍ୟସ୍ତ ଆଲିୟା ଭଟ୍ଟ । ଇତିମଧ୍ୟରେ ଜାରି ହୋଇଯାଇଛି ତାଙ୍କ ଫାଷ୍ଟଲୁକ ପୋଷ୍ଟର ।

alia bhatt first look released
ଡିଜାଇନ ଫଟୋ
author img

By

Published : Jan 15, 2020, 1:04 PM IST

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଥିୟାୱାଡା’ ବର୍ତ୍ତମାନ ଚର୍ଚ୍ଚାରେ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବି-ଟାଉନର କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ । ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଫ୍ୟାନ୍ସ । ଧିରେ ଧିରେ ମେକର୍ସ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବାରେ ଲାଗିଛନ୍ତି । ମଙ୍ଗଳବାର ଫିଲ୍ମର ଫାଷ୍ଟ ମୋଶନ ପୋଷ୍ଟର ଜାରି କରିଥିବା ବେଳେ ବୁଧବାର ସାମ୍ନାକୁ ଆସିଯାଇଛି ଆଲିୟାଙ୍କ ଫାଷ୍ଟଲୁକର ଦୁଇଟି ପୋଷ୍ଟର ।

ଫ୍ୟାନ୍ସଙ୍କ ପାଇଁ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏହି ହେଉଛନ୍ତି ଗଙ୍ଗୁବାଇ କାଥିୟାୱାଡା ।’ ଆସନ୍ତା ସେପ୍ଟେମ୍ବର 11ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ପ୍ରକାଶ ଥାଉକି ଆଲିୟା ପ୍ରଥମଥର ଭଂସାଲୀଙ୍କ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଫିଲ୍ମର କାହାଣୀ ଫେମସ ଲେଖକ ଏସ ହୁସୈନ ଜୈଦୀଙ୍କ ବହି ମାଫିୟା କୁଇନ ଅଫ ମୁମ୍ବାଇ କାହାଣୀକୁ ନେଇ ଆଧାରିତ । ଯେଉଁଥିରେ ଗଙ୍ଗୁବାଇ ନାମକ ଜଣେ ମହିଳା ହଜାର ହଜାର ଝିଅଙ୍କ ପରି ଦେହଜୀବୀ ବ୍ୟବସାୟର ଶିକାର ହୋଇଥିବା ଦର୍ଶାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.