ମୁମ୍ବାଇ: ଏବେ ଲାଗୁଛି ଯେ ଫେଡେରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ ଧିରେ ଧିରେ ସବୁ କଳାକାରଙ୍କୁ ନିଜ ଅକ୍ତିଆରେ ରଖିବାକୁ ଚାହୁଁଛି । କାରଣ ଗାୟକ ମିକା ସିଂ ପାକିସ୍ତାନରେ ଗୀତ ଗାଇବା ପରେ ତାଙ୍କ ଉପରେ ଭାରତରେ ବ୍ୟାନ ଲଗାଇଥିଲା ଫେଡେରେଶନ ।
ମିକାଙ୍କ ପରେ ଫେଡେରେଶନର ଶିକାର ପଞ୍ଜାବୀ ସିଙ୍ଗର, ଆକ୍ଟର ଦିଲଜିଲ ଦୋସାଞ୍ଜ ହୋଇଥିଲେ । ଆମେରିକାରେ ଏକ ପ୍ରୋଗ୍ରାମକୁ ନେଇ ଫେଡେରେଶନ ନିଶାନାରେ ଆସିଥିଲେ ଦିଲଜିତ । ବୁଧବାର ଦିଲଜିତ ଦୋସାଞ୍ଜଙ୍କ ଆମେରିକା ଭିଜା ରଦ୍ଦ କରିବାର ଦାବି କରିଥିଲା ଫେଡେରେଶନ ।
ଆଜି(ଗୁରୁବାର) ସେହିଠାରେ ଏଫଡବ୍ଲୁଆଇସିଇ ଏବେ ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ ଏବଂ ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କୁ ଚେତାବନୀ ଦେଇଛି । ଫେଡେରେଶନ ଦୁଇଜଣଙ୍କୁ ଚେତାବନୀ ଦେଇଛି ଯେ, ପାକିସ୍ତାନରେ କିମ୍ବା ପାକିସ୍ତାନୀ ଆୟୋଜକଙ୍କ ସହ ପ୍ରୋଗ୍ରାମରେ ପରଫର୍ମ ନକରିବାକୁ ।