ହାଇଦ୍ରାବାଦ: ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ଫିଲ୍ମ ‘ୱାର’ଖୁବ ଶୀଘ୍ର ରିଲିଜ କରାଯିବ । ଫିଲ୍ମରେ ଦମଦାର ଆକ୍ସନ ସହ ଗୁରୁ-ଶିଷ୍ୟଙ୍କ ଲଢେଇ ଦେଖିବାକୁ ମିଳିବ । ତେବେ ଫିଲ୍ମର ପ୍ରଥମ ରୋମାଣ୍ଟିକ ଟ୍ରାକ ରିଲିଜ ହୋଇଛି । ଗୀତରେ ବାନୀ କପୁର ଓ ହ୍ରିତିକ ରୋଶନଙ୍କୁ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="">
ଗୀତକୁ ଅରଜିତ ସିଂହ ଓ ଶିଳ୍ପା ରାଓ ଗାଇଛନ୍ତି । କୋରିଓଗ୍ରାଫି କରିଛନ୍ତି ବସ୍କୋ ମାର୍ତିଶ । ବର୍ଷ ବହୁପ୍ରତିକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ ହେଲା ‘ୱାର’ । ଫିଲ୍ମକୁ ଦର୍ଶକ ଅକ୍ଟୋବର 2ରେ ରିଲିଜ କରାଯିବ ।
‘ୱାର’ରେ 7ଟି ଦେଶର 15ଟି ସହରରେ ପରସ୍ପର ସହ ଫାଇଟ କରୁଥିବାର ଦେଖିବାକୁ ମିଳିବ । ଫିଲ୍ମଟି 2014ରେ ଆସିଥିବା ‘ବ୍ୟାଙ୍ଗ ବ୍ୟାଙ୍ଗ’ ପରି । ହ୍ରିତିକ ଓ ଟାଇଗରଙ୍କୁ ଉଭୟ ଫାଇଟ ଓ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ ।