ETV Bharat / sitara

ସିଗ୍ନେଚର ପୋଜରେ ସିଂଘମ, ଦେଖନ୍ତୁ 'ଦେ ଦେ ପ୍ୟାର ଦେ' ପୋଷ୍ଟର

ହ୍ୟାଟ୍ରିକ ମାରିବା ନିଶାରେ ବଲିଉଡ ସିଂଘମ। ଅନେକ ଆକ୍ସନ ଡ୍ରାମା ଫିଲ୍ମ କରିସାରିବାପରେ ଅଜୟ ଏବେ କମେଡି ମୁହାଁ। ନିକଟରେ ଫିଲ୍ମ 'ଟୋଟାଲ ଧମାଲ'ରେ କମାଲ କରିବାପରେ ରିଲିଜ ହୋଇଛି ଫିଲ୍ମ ଦେ ଦେ ପ୍ୟାର ଦେର ଫାଷ୍ଟ ପୋଷ୍ଟର...

author img

By

Published : Mar 22, 2019, 1:14 PM IST

ଫଟୋ ସୌଜନ୍ୟ: ଟ୍ବିଟର/ତରଣ ଆଦର୍ଶ

ମୁମ୍ବାଇ: ଅଜୟ ଦେବଗନଙ୍କ ଅଭିନୀତ ବହୁଅପେକ୍ଷିତ ଫିଲ୍ମ 'ଦେ ଦେ ପ୍ୟାର ଦେ'ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ଫିଲ୍ମରେ ବଲିଉଡ ସିଂଘମ ପୁଣିଥରେ କମେଡି କିଙ୍ଗ ଅନ୍ଦାଜରେ ନଜର ଆସୁଥିବାବେଳେ ପୋଷ୍ଟର ଦେଖି ଆପଣମାନେ ପୁଣି ମନେପକାଇବେ ଫିଲ୍ମ ଫୁଲ ଔର କାଣ୍ଟେର ଗୋଟିଏ ସିନ।

ନିକଟରେ ଅଜୟଙ୍କ ଅଭିନୀତ ଫିଲ୍ମ 'ଟୋଟାଲ ଧମାଲ' ବକ୍ସଅଫିସରେ 150କୋଟିର ବ୍ୟବସାୟ କରି କମାଲ କରିଥିବାବେଳେ ଦର୍ଶକ ଅନେକଦିନରୁ ଅଜୟଙ୍କ ଏହି ଫିଲ୍ମର ଝଲକ ଦେଖିବାକୁ ଚାହିଁବସିଥିଲେ। ଯାହାକି ଆଜି ପୂରଣ ହୋଇଯାଇଛି। ଫିଲ୍ମରେ ଅଜୟଙ୍କ ସହ ଅଭିନେତ୍ରୀ ତବୁ ଓ ରାକୁଲ ପ୍ରୀତ ସିଂହ ନଜର ଆସିଥିବାବେଳେ ପୋଷ୍ଟରଟି ବି ବେଶ କମାଲ ହୋଇଛି।

ତେବେ ପୂର୍ବରୁ ଅନେକ ଫିଲ୍ମରେ ଦର୍ଶକ ଅଜୟ ଓ ତବ୍ବୁଙ୍କୁ ଏକାଠି ଦେଖିଥିବାବେଳେ ଏବେବି ଏହି ଯୋଡିକୁ ନେଇ ବେଶ ଖୁସି। ଫିଲ୍ମଟି ଲଭ ରଞ୍ଜନଙ୍କ ପ୍ରଡକ୍ସନ ହାଉସର ଆଦିବ ଅଲ୍ଲୀଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିବାବେଳେ ଭୂଷଣ କୁମାର, କୃଷ୍ଣା କୁମାରଙ୍କ ଦ୍ବାରା ପ୍ରଯୋଜିତ। ପ୍ରକାଶ ଥାଉକି, ଫିଲ୍ମଟି ମେ 17ତାରିଖରେ ରିଲିଜ ହେବ।

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.