ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ବୁଧବାର ବିହାରର ମୁଜାଫରପୁର ସିଭିଲ କୋର୍ଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ।
ମଙ୍ଗଳବାର ଏନସିବି ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଏବଂ କେଡବ୍ଲୁଏ ଟ୍ୟାଲେଣ୍ଟ ମାନେଜମେଣ୍ଟ ଏଜେନ୍ସିର ସିଇଓ ଧ୍ରୁଭ ଚିତଗୋପେକରଙ୍କୁ ଡକାଇଥିଲେ, କିନ୍ତୁ ସେମାନେ ଅସୁସ୍ଥତା କାରଣରୁ ଏଜେନ୍ସି ଆଗରେ ହାଜର ହୋଇପାରିନଥିଲେ।
ମଙ୍ଗଳବାର ଏନସିବି ଅଧିକାରୀ କହିଛନ୍ତି ଯେ, ଆବଶ୍ୟକ ହେଲେ ସେମାନେ ଦୀପିକାଙ୍କୁ ଡକାଇ ପାରନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ