ETV Bharat / sitara

ପ୍ରଯୋଜକ ବିକାଶ ଗୁପ୍ତାଙ୍କୁ କୋରୋନା - କୋରୋନା ସଂକ୍ରମିତ ସୂଚନା ଦେଲେ ବିକାଶ ଗୁପ୍ତା

ସୋସିଆଲ ମିଡିଆରେ କୋରୋନା ସଂକ୍ରମିତ ସୂଚନା ଦେଲେ ବିକାଶ ଗୁପ୍ତା । ଏହାସହ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ କଲେ ଅପିଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକାଶ ଗୁପ୍ତା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକାଶ ଗୁପ୍ତା
author img

By

Published : Jun 5, 2021, 11:45 AM IST

ମୁମ୍ବାଇ: ଅନେକ ସେଲିବ୍ରିଟି କୋରୋନା ସଂକ୍ରମିତ ହୋଇସାରିଲେଣି । ଧିରେ ଧିରେ କରି ଅନେକ ସେଲିବ୍ରିଟିଙ୍କ ସଂକ୍ରମିତ ଖବର ସାମ୍ନାକୁ ପ୍ରତିଦିନ ଆସୁଛି । ଇତିମଧ୍ୟରେ ‘ବିଗବସ’ ଫେମ ତଥା ପ୍ରଯୋଜକ ବିକାଶ ଗୁପ୍ତାଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ପଜିଟିଭ ରହିବା ସବୁବେଳେ ଭଲ କଥା ନୁହେଁ । ଏହି କେସରେ ତ ଆଦୌ ନୁହେଁ । କାରଣ ମୁଁ ବର୍ତ୍ତମାନ କୋରୋନା ପଜିଟିଭ ବାହାରିଛି । ଯେଉଁମାନେ ମୋ ସହିତ ଗତ କିଛି ଦିନ ମଧ୍ୟରେ ଯୋଗାଯୋଗ କରିଥିଲେ, ମୁଁ ସେମାନଙ୍କୁ ଟେଷ୍ଟ କରିବାକୁ ନିବେଦନ କରୁଛି । ମୁଁ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ଅଛି। ମୁଁ ଶୀଘ୍ର ସୁସ୍ଥ ହେବାକୁ ଆଶା କରୁଛି ।’

ସେପଟେ ବିକାଶଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ଗୌହର ଖାନ କମେଣ୍ଟରେ କହିଛନ୍ତି, ‘ଶୀଘ୍ର ସୁସ୍ଥ ହୋଇଯାଅ ।’ ଗୌହରଙ୍କ ବ୍ୟତୀତ ଅଭିନେତ୍ରୀ ଶେଫାଳି ବଗ୍ଗା, ଜାନ କୁମାର ସାନୁ ଓ ଦୀପିକା ସିଂ ମଧ୍ୟ ତାଙ୍କ ସୁସ୍ଥ କାମନା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.