ETV Bharat / sitara

ଅଡୁଆରେ ଟି-ସିରିଜ - notice

କାହାଣୀ ଚୋରି ଅଭିଯୋଗ ଲାଗିଲା ଲୋକପ୍ରିୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଉପରେ । ଫିଲ୍ମନିର୍ମାତା ଅମିତାଭ ପାରାଶ ନିଜ ପଟକଥା ଚୋରି ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 12, 2019, 2:24 PM IST

ହାଇଦ୍ରାବାଦ: ସାମ୍ବାଦିକରୁ ଫିଲ୍ମନିର୍ମାତା ସାଜିଥିବା ଅମିତାଭ ପାରାଶ ପପୁଲାର ମ୍ୟୁଜିକ କମ୍ପାନୀ ଟି-ସିରିଜକୁ ପଠାଇଛନ୍ତି ଲିଗାଲ ନୋଟିସ । ଅମିତାଭ ପରାଶଙ୍କ କହିବାନୁଯାୟୀ ଟି-ସିରିଜ ଦ୍ବାରା ପ୍ରସ୍ତୁତ ତଥା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ଅନୁ କପୁର ଅଭିନୀତ ନୂଆ ଫିଲ୍ମ 'ଖାନଦାନୀ ସଫାଖାନା'ର କାହାଣୀ ନିଜର ନୁହେଁ ବରଂ ଚୋରା କାହାଣୀ...

ଅମିତାଭ ଓକିଲ ଜରିଆରେ ପଠାଇଥିବା ନୋଟିସରେ କହିଛନ୍ତି, ସେ ଏକ ଫିଲ୍ମର କାହାଣୀକୁ ନେଇ ଗତବର୍ଷ ଟି-ସିରିଜ ସହ ସମ୍ପର୍କ କରିଥିଲେ । ଯାହାର କାହାଣୀ ଯୌନ ରୋଗ ସହ ସମ୍ପୃକ୍ତ ଥିବା ଚିକିତ୍ସା ଉପରେ ଆଧାରିତ । ଏହି କାହାଣୀଟି ଅମିତାଭ ଟିସିରିଜକୁ ଇମେଲ ମଧ୍ୟ କରିଥିଲେ, ଆଉ ଏନେଇ ତାଙ୍କୁ ଏକ ଅଭିସ୍ବୀକୃତି ମଧ୍ୟ ମିଳିଥିଲା ।

ଅନ୍ୟପଟେ ଟି-ସିରିଜର ମାଲିକ ଭୂଷଣ କୁମାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କି ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । କାରଣ ଯେଉଁ ଫିଲ୍ମ ସେ ତିଆରି କରୁଛନ୍ତି, ତାହା ସମ୍ପୂର୍ଣ୍ଣ ରୂପେ ଭିନ୍ନ କାହାଣୀ ଉପରେ ଆଧାରିତ । ତାଙ୍କ ଆଗାମୀ ଫିଲ୍ମରେ ଅମିତାଭଙ୍କ କାହାଣୀ ସହ ସମାନ ନୁହେଁ । ଅମିତାଭ କୌଣସି କଥା ନ ଜାଣି କିପରି ତାଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି, ତାହା ଦେଖି ସେ ଖୁବ୍ ଆଶ୍ଚର୍ଯ୍ୟ ଅଛନ୍ତି ।

ପ୍ରକାଶ ଥାଉକି ଅମିତାଭ କହିଥିଲେ କି ଏବର୍ଷ ଜାନୁଆରୀରେ ସେ ଏକ ନ୍ୟୁଜ ପେପରରେ ପଢିଥିଲେ କି କମ୍ପାନୀ ଏଭଳି ଏକ ଫିଲ୍ମକୁ ଗ୍ରୀ ସିଗନାଲ ଦେଇଛି, ଯାହା ତାଙ୍କ କାହାଣୀ ସହ ମ୍ୟାଚ କରୁଛି । ତାଙ୍କ ଫିଲ୍ମ ଟାଇଟଲ 'ଭାଗ ମୋହବତ' ପରିବର୍ତ୍ତନ କରାଯାଇ 'ଖାନଦାନୀ ସଫାଖାନା' କରିଦିଆଯାଇଥିଲା ।

ସେ ଆହୁରି କହିଛନ୍ତି କି ତାଙ୍କୁ କାହାଣୀରେ ଇନଟ୍ରେଷ୍ଟ ଅଛି, କିନ୍ତୁ ଟି-ସିରିଜ ଫିଲ୍ମ ଘୋଷଣା ସହ ବର୍ତ୍ତମାନ ସେ କାହାଣୀକୁ ଆଗକୁ ବଢାଇପାରିବେ ନାହିଁ । ସେ କ୍ଷତି ବାବଦର ସେ ଟି-ସିରିଜ ଉପରେ 5 କୋଟି ଟଙ୍କା ମାନହାନୀ କେସ ମଧ୍ୟ କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.