ETV Bharat / sitara

କୋରୋନାକୁ ମାତ ଦେଲେ ସଞ୍ଜୟ, ଶୀଘ୍ର ଆରମ୍ଭ କରିବେ ସୁଟିଂ

author img

By

Published : Mar 24, 2021, 3:10 PM IST

ଗତ 9 ତାରିଖରେ ସଞ୍ଜୟଙ୍କୁ କୋରୋନା ହେବା କଥା ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିବା କଥା ଶୁଣିବାକୁ ମିଳୁଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କୁ ନେଇ ଆସିଲା ଗୁଡନ୍ୟୁଜ । ନିକଟରେ କୋରୋନା ଆକ୍ରାନ୍ତ ହୋଇଥିବା ସଞ୍ଜୟଙ୍କ ରିପୋର୍ଟ ଏବେ ନେଗେଟିଭ ଆସିଛି । ହେଲେ ଏଯାବତ ତାଙ୍କ ହେଲ୍ଥ ଅପଡେଟ ସାମ୍ନାକୁ ଆସିନାହିଁ।

ରିପୋର୍ଟ ନେଗେଟିଭ ଆସିବା ପରେ ଶୁଣିବାକୁ ମିଳୁଛି ଯେ ସେ ଶୀଘ୍ର ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ସୁଟିଂ ଆରମ୍ଭ କରିବେ ବୋଲି । ସେଟକୁ ଫେରିବା ପୂର୍ବରୁ 14 ଦିନ କ୍ବାରେଣ୍ଟାଇନରେ ରହିବେ ସଞ୍ଜୟ ।

ଖବର ଅନୁଯାୟୀ, ନିର୍ମାତା ନିର୍ଦ୍ଧାରିତ କ୍ବାରେଣ୍ଟାଇନ ଅବଧି ପୂର୍ବରୁ ସେଟକୁ ଫେରିବାକୁ ଚାହୁଁନାହାଁନ୍ତି। ବୋଧହୁଏ ସେ ପର୍ଯ୍ୟନ୍ତ ସେ ତାଙ୍କ ମା’ଙ୍କୁ ମଧ୍ୟ ଭେଟିବେ ନାହିଁ। ପ୍ରକାଶ ଥାଉକି ଗତ 9 ତାରିଖରେ ସଞ୍ଜୟଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଯାହାପରେ ଅଧାରେ ତାଙ୍କୁ ‘ଗଙ୍ଗୁବାଇ କାଠିଆୱାଡି’ର ସୁଟିଂ ବନ୍ଦ କରିବାକୁ ପଡିଲା । ସେପଟେ ଆଲିୟା ମଧ୍ୟ କୋରୋନା ଟେଷ୍ଟ କରାଇଥିଲେ, କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ସଞ୍ଜୟଙ୍କ ପୂର୍ବରୁ ଆଲିୟାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁର ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.