ETV Bharat / sitara

ଡାନ୍ସ ମାମଲାରେ ହ୍ରିତିକଙ୍କୁ ମାତ୍ ଦେଲେ ରାକେଶ, ଟ୍ବିଟରରେ କଲେ ଟ୍ରେଣ୍ଡ - ବେଷ୍ଟ ଡାନ୍ସର ସାଜିଲେ ରାକେଶ ରୋଶନ

ଚର୍ଚ୍ଚାରେ ହ୍ରିତିକ ରୋଶନଙ୍କ ପିତା ରାକେଶ ରୋଶନ । ଭାଇରାଲ ହେଉଛି ତାଙ୍କ ମିମ । ବେଷ୍ଟ ଡାନ୍ସର ରୂପେ କରୁଛନ୍ତି ଟ୍ରେଣ୍ଡ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : May 14, 2021, 11:28 AM IST

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଡାନ୍ସର ଦିୱାନା ତ ସମସ୍ତେ । ହେଲେ ଏଥର ଡାନ୍ସ ମାମଲାରେ ତାଙ୍କୁ ମାତ୍ ଦେଇଛନ୍ତି ତାଙ୍କ ପିତା ତଥା ଫିଲ୍ମ ନିର୍ମାତା ରାକେଶ ରୋଶନ । ଯାହାକୁ ନେଇ ଗୁରୁବାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ସେ । କାରଣ ଅନେକ ୟୁଜର୍ସ ତାଙ୍କୁ ବେଷ୍ଟ ଡାନ୍ସର ରୂପେ ଟ୍ୟାଗ କରିଛନ୍ତି। ଏହାସହ ଟ୍ବିଟରରେ ବର୍ତ୍ତମାନ ଟ୍ରେଣ୍ଡ କରୁଛି #rakeshroshan ।

କଥାଟି ହେଲା ଯେ ଗୁରୁବାର ଜଣେ ୟୁଜର ଟପ ଫିଲ୍ମ ମେକରଙ୍କ ବିଷୟରେ ପ୍ରଶ୍ନ କରିଥିଲେ। ସେପଟେ ଜଣେ ଚିରଞ୍ଜୀବିଙ୍କ ଫ୍ୟାନ ଖୁଲାସା କରିଥିଲେ ଯେ ତେଲୁଗୁ ସିନେମାରେ ଏନଟିଆର ୱାରିୟର୍, ଏନଟିଆର, ବାଲାକ୍ରିଷ୍ଣାଙ୍କ ଶାସନ ଚାଲୁଥିଲା । ଏଥି ସହିତ ଚିରଞ୍ଜୀବୀ 80 ଏବଂ 90 ଦଶକରେ ଭାରତର ବେଷ୍ଟ ଡାନ୍ସର ଭାବରେ ବିବେଚିତ ହୋଇଥିଲେ । ହେଲେ ଚିରଞ୍ଜିବୀ ସେହି ସମୟରେ କହିଥିଲେ ଯେ ରାକେଶ ରୋଶନ ସେହି ଦଶକର ନମ୍ବର ୱାନ ଡାନ୍ସର ଥିଲେ ।

ଏହି ପୋଷ୍ଟ ପରେ ଟ୍ବିଟରେ ରାକେଶଙ୍କୁ ଟ୍ରେଣ୍ଡ କରାଇବା ଆରମ୍ଭ ଦେଇଥିଲେ ୟୁଜର୍ସ । ସମସ୍ତେ ରାକେଶ ଏବଂ ହ୍ରିତିକଙ୍କ ମିମି ତିଆରି କରି ପ୍ରଶଂସା କରୁଥିବାର ନଜର ଆସିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.