ETV Bharat / sitara

ବିଗବସ ପ୍ରତିଯୋଗୀ ନିକ୍କୀଙ୍କୁ ‘ନାଗିନ’ ଅଫର ଦେଲେ ଏକତା

author img

By

Published : Nov 23, 2020, 3:02 PM IST

ଏକତାଙ୍କୁ ନେଇ ଚର୍ଚ୍ଚା । ‘ବିଗବସ’ ଏପିସୋଡରେ ସାମିଲ ହୋଇ ପ୍ରତିଯୋଗୀ ନିକ୍କୀଙ୍କ ପ୍ରଶଂସା କରିଛନ୍ତି । ଆଉ ତାଙ୍କର ସେ ବଡ ଫ୍ୟାନ ବୋଲି ମଧ୍ୟ କହିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ରିୟାଲିଟି ଶୋ ‘ବିଗବସ 14’ର ପ୍ରତିଯୋଗୀ ନିକ୍କୀ ତମ୍ବୋଲି ପପୁଲାର ପ୍ରତିଯୋଗୀଙ୍କ ମଧ୍ୟରେ ଅନ୍ୟତମ । ସେ ଶୋରେ ସାମିଲ ହେବା ଦିନଠୁ ବଢିଚାଲିଛି ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଟିଭି କୁଇନ ଏକତା କପୁର । ରବିବାରର ‘ୱିକେଣ୍ଡ କା ୱାର’ ଏପିସୋଡରେ ଏକତାଙ୍କୁ ଅତିଥି ଭାବରେ ସ୍ବାଗତ କରିଥିଲେ ସଲମାନ ଆଉ ଶୋରେ ପ୍ରତିଯୋଗୀଙ୍କ ପାଇଁ ତାଙ୍କୁ କିଛି କହିବାକୁ ମଧ୍ୟ କହିଥିଲେ ।

ଏଥର ସିଜନରେ ତାଙ୍କ ଫେଭରେଟ ସାଜିଛନ୍ତି ନିକ୍କି । ଆଉ ସେ ତାଙ୍କର ବଡ ପ୍ରଶଂସକ ବୋଲି ସ୍ବୀକାର ମଧ୍ୟ କରିଥିଲେ । ଏକତାଙ୍କ ପୂର୍ବରୁ ନିର୍ମାତା ଫରାହ ଖାନ, ଗାୟକ ଶାନ ଏବଂ ପୂର୍ବତନ ବିଗବସ୍ ପ୍ରତିଯୋଗୀ ସେହନାଜ ଗିଲ ମଧ୍ୟ ନିକ୍କୀଙ୍କ ପ୍ରଶଂସା କରିସାରିଛନ୍ତି ।

ସେପଟେ ପ୍ରତିକ୍ରିୟା ଦେଇ ଏକତା କହିଥିଲେ, ‘ବାସ୍ତବରେ ନିକ୍କୀ ବିଗବସ ହାଉସରେ ଭଲ ଗେମ ଖେଳୁଛନ୍ତି । ସବୁଠୁ ଭଲ ଖେଳାଳି ସେ । ତୁମକୁ ନାଗିନରେ ସାମିଲ ହେବା ଦରକାର । ଯେପରି ତୁମେ ତୁମ ହୃଦୟ କଥା କହିଲ ଅନ୍ୟ କେହି କହି ପାରିନଥାଆନ୍ତେ । ତୁମର ଅନେକ ଫ୍ୟାନ୍ସ ଅଛନ୍ତି । ସେଥି ମଧ୍ୟରୁ ମୁଁ ମଧ୍ୟ ଜଣେ । ତୁମେ ଶାନଦାର ଖେଳ ଖେଳୁଛ । ତୁମେ ଏଥର ସିଜିନର ଡ୍ରାମା କୁଇନ ।’

ପ୍ରକାଶ ଥାଉକି ନିକଟରେ ଶୋକୁ ନେଇ ଏହି ଚର୍ଚ୍ଚା ଜୋର ଧରିଥିଲା ଯେ ନିକ୍କୀ ଓ ଗାୟକ ଜାନ କୁମାର ସାନୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେଉଛି । ଦୁଇଜଣଙ୍କ ଖଟ୍ଟାମିଠା ନୋକ-ଝୋକ ଶୋରେ ଦେଖିବାକୁ ମିଳିସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.