ମୁମ୍ବାଇ: ନିକଟରେ ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ମୈଦାନ’ର ସେଟ ଉଡାଇ ନେଇଥିଲା ବାତ୍ୟା ତାଉ'ତେ । ଯାହା ଉପରେ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି ଏହାର ନିର୍ମାତା ବୋନି କପୁର । ଆଉ ଜଣାଇଛନ୍ତି ଯେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ପୁରା ଟିମ ପୁଣିଥରେ ଯାତ୍ରା ଆରମ୍ଭ କରିବ । କୋରୋନା ଭାଇରସ ମହାମାରୀ ହେତୁ ସୁଟିଂ ବନ୍ଦ ହେବା ପରେ ଫିଲ୍ମ ସୁଟିଂରେ ଗତ ବର୍ଷ ବିଳମ୍ବ ହୋଇଥିଲା।
- " class="align-text-top noRightClick twitterSection" data="
">
ସେହିପରି ବର୍ଷା ହେତୁ ମୁଖ୍ୟ ସେଟ ମଧ୍ୟ ଭାଙ୍ଗି ଦିଆଯାଇଥିଲା। ତେବେ ନିର୍ମାତାଙ୍କୁ ଏହାକୁ ଉପାନ୍ତ ସହର ଗୋରେଗାଓଁର ଫିଲ୍ମ ସିଟିରେ ପୁନଃ ସେଟ ନିର୍ମାଣ କରିବାକୁ ପଡିଥିଲା ।
- " class="align-text-top noRightClick twitterSection" data="
">
ସୁଟିଂ ସ୍ଥାନ ବ୍ୟତୀତ ମନିଟର ରୁମ୍, ବିଭିନ୍ନ ଦଳ ପାଇଁ ଆଠରୁ ଦଶଟି ମେକ୍ ଇନ୍ ରୁମ୍ ଏବଂ 26 ରୁ 30 ବାଥରୁମ୍, ପ୍ରଡକ୍ସନ୍ ଅଫିସ ବାତ୍ୟା ଦ୍ବାରା ନଷ୍ଟ ହୋଇଥିବା ଅନ୍ୟାନ୍ୟ ସ୍ଥାନ ରହିଛି । ତାଙ୍କ ପାଇଁ ସେଠାକୁ ଯାଇ ପୁନର୍ବାର ସେଟ୍ ପରିଦର୍ଶନ କରିବା ହୃଦୟ ବିଦାରକ ହେବ ବୋଲି କହିଛନ୍ତି ବୋନି ।
ଖାଲି ଏତିକି ନୁହେଁ ଆହୁରି କହିଛନ୍ତି, ‘ମୋର କାର୍ଯ୍ୟନିର୍ବାହୀ ପ୍ରଡକ୍ସନ ଟିମ ସେଠାରେ ଅଛନ୍ତି ଏବଂ ସେମାନେ ମୋତେ ଏକ ଉଚିତ ମୂଲ୍ୟାଙ୍କନ ଦେଇଛନ୍ତି ଯେ ଏଥର ଏହାକୁ ପୁନର୍ବାର ରଖିବାର ଆନୁମାନିକ ମୂଲ୍ୟ କଣ ହୋଇପାରେ । ଫିଲ୍ମର ପ୍ରାୟ 80 ପ୍ରତିଶତ ସୁଟିଂ ସମ୍ପୂର୍ଣ୍ଣ ହୋଇଛି ଏବଂ ପ୍ରାରମ୍ଭିକ ଲକଡାଉନ ପରେ ପ୍ରଡକ୍ସନ କାମ ଆରମ୍ଭ ହୋଇଥିଲା କିନ୍ତୁ ମହାମାରୀର ଦ୍ବିତୀୟ ଲହର ପୁଣିଥରେ ସୁଟିଂକୁ ବନ୍ଦ କରିଦେଇଥିଲା ଏବଂ ବର୍ତ୍ତମାନ ଏହି ବାତ୍ୟାରେ ଘଟିଥିବା କ୍ଷୟକ୍ଷତି ଟିମକୁ କଷ୍ଟ ଦେଇଛି ।’
ପ୍ରକାଶ ଥାଉକି ଫିଲ୍ମଟି ଫୁଟବଲ କୋଚ ସୈୟଦ ଅବ୍ଦୁଲ ରହୀମଙ୍କ ଜୀବନ ଉପରେ ଆଧାରିତ । ଏଥି ନିମନ୍ତେ ଫିଲ୍ମର ଖେଳ ସିକ୍ବେନ୍ସ ପାଇଁ ଏକ ଫୁଟବଲ ମୈଇଦାନ ସ୍ଥାପନ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ