ETV Bharat / sitara

ଋଷିଙ୍କୁ ମନେ ପକାଇ ଭାବୁକ ଝିଅ ରିଦ୍ଧିମା

author img

By

Published : Nov 13, 2020, 10:42 AM IST

Updated : Nov 13, 2020, 11:03 AM IST

ଭାଇରାଲ ହେଲା ଋଷିଙ୍କ ପୁରୁଣା ଫଟୋ । ବାପା-ମା'ଙ୍କ ଫଟୋ ପୋଷ୍ଟ କରି ଭାବୁକ ନଜର ଆସିଲେ ଝିଅ ରିଦ୍ଧିମା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା ସାହାନି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା ସାହାନି

ମୁମ୍ବାଇ: ରାତି ପାହିଲେ ଦେଶବାସୀ ପାଳନ କରିବେ ଦୀପାବଳି । ଏଥର ଧୁମଧାମରେ ନହେଲେ ବି ନିଜ ନିଜ ଘରେ ସୁରକ୍ଷିତ ରୂପେ ଦୀପାବଳି ପାଳିବେ ସମସ୍ତେ । ହେଲେ ଏହାପୂର୍ବରୁ ଦୁଃଖି ନଜର ଆସୁଛନ୍ତି ଲୋକପ୍ରିୟ ଅଭିନେତା ଋଷି କପୁରଙ୍କ ଲାଡଲୀ ରିଦ୍ଧିମା ସାହାନି । କାରଣ ଏଥର ଦୀପାବଳିରେ ତାଙ୍କ ସହ ନଥିବେ ବାପା । 6 ମାସ ପୂର୍ବେ ବାପାଙ୍କୁ ହରାଇଥିବା ରିଦ୍ଧିମା ସୋସିଆଲ ମିଡିଆରେ ପ୍ରାୟତଃ ତାଙ୍କର ପୁରୁଣା ଫଟୋ, ଭିଡିଓ ସେୟାର କରି ଇମୋଶନାଲ ପୋଷ୍ଟ କରନ୍ତି । ଏବେ ପୁଣି ଥରେ ତାଙ୍କ ନୂଆ ପୋଷ୍ଟରେ ଦେଖିବାକୁ ମିଳୁଛି ତାଙ୍କ ବାପା-ମାଙ୍କ ପୁରୁଣା ଫଟୋ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା ସାହାନି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା ସାହାନି

କଥାଟି ହେଲା ଯେ ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ସେ ଗତ ବର୍ଷ ଦୀପାବଳିର ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଋଷିଙ୍କ ସହ ତାଙ୍କ ମା' ତଥା ଅଭିନେତ୍ରୀ ନୀତୁ ସିଂ ମଧ୍ୟ ନଜର ଆସୁଛନ୍ତି । ଆଉ ବାପା-ମା'ଙ୍କ ମଝିରେ ସେ ଠିଆ ହୋଇଛନ୍ତି । ଗତ ବର୍ଷ ଧୁମଧାମରେ ସେଲିବ୍ରେଟ କରିଥିଲେ ଦୀପାବଳି । ହେଲେ ଏଥର ଏମିତି ହେବ ନାହିଁ ବୋଲି ଦୁଃଖି ସେ ।

ସେହିପରି ଫଟୋରେ ଲେଖିଛନ୍ତି, ‘ଗତ ବର୍ଷ ସ୍ମୃତି । ଦିୱାଲୀ 2019 । ମିସ୍ ୟୁ ପାପା’ । ଏହାପୂର୍ବରୁ ମଧ୍ୟ ରିଦ୍ଧିମା ଅନେକ ଫଟୋ ସେୟାର କରିସାରିଛନ୍ତି । ଯଦି ନୀତୁଙ୍କ ବିଷୟରେ କଥା ହେବା ତେବେ ସେ ଖୁବଶୀଘ୍ର ପରଦାରେ ପୁଣିଥରେ ନଜର ଆସିବେ । ସେ ଫିଲ୍ମ ‘ଜୁଗ ଜୁଗ ଜିୟୋ’ରେ ଅଭିନୟ କରିଛନ୍ତି ।

Last Updated : Nov 13, 2020, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.