ଜୟପୁର: ଦେଶଦୁନିଆରେ ନିଜ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧିଲାଭ କରିଛି ରାଜସ୍ଥାନର ଲେକ୍ସିଟି ଉଦୟପୁର । ଏଠାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସମେତ ବିଦେଶୀ ପର୍ଯ୍ୟଟକ ମଧ୍ୟ ଭ୍ରମଣ ପାଇଁ ଆସିଥାନ୍ତି । କିନ୍ତୁ ଅକ୍ଟୋବର ମାସ ଆରମ୍ଭରୁ ଏହି ସ୍ବର୍ଗପୁରୀର ଭ୍ରମ ଦେଉଥିବା ଉଦୟପୁରରେ ଛୁଟିବାରେ ଲାଗିଛି ପର୍ଯ୍ୟଟକଙ୍କ ସୁଅ । ସାରା ଅଲ୍ଲୀ ଖାନଙ୍କଠୁ ଆରମ୍ଭ କରି ଅନନ୍ୟା ପାଣ୍ଡେ, ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ପ୍ରମୁଖ ବଲିଉଡ଼ ସେଲିବ୍ରେଟିଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଗତ କିଛି ଦିନ ତଳେ ଅଭିନେତ୍ରୀ ସାରା ଉଦୟପୁର ବୁଲିବା ସହିତ ଆକର୍ଷଣୀୟ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିବା ବେଳେ ଅଭିନେତ୍ରୀ ଅନନ୍ୟା ଓ ମନୀଷ ମଲହୋତ୍ରା ବର୍ତ୍ତମାନ ଏହି ସ୍ଥାନକୁ ବୁଲିବାକୁ ଆସିଛନ୍ତି । ଉଦୟପୁରର ଏକ ଦାମି ହୋଟେଲରେ ରହୁଥିବା ସୂଚନା ମିଳିଛି । ଉଭୟ ଉଦୟପୁରରେ ଭ୍ରମଣ କରୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ୨ ସେଲିବ୍ସ ବାସ୍ତବରେ କୌଣସି ସୁଟିଂ ପାଇ ଉଦୟପୁର ଆସିଥିବା ଜଣାପଡ଼ିଛି ।
ଏମାନେ ପିଛୋଲା ହ୍ରଦ ନିକଟରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ସେଠାରେ ଥିବା କିଛି ଫ୍ୟାନ୍ସଙ୍କ ସହିତ ଫଟୋ ମଧ୍ୟ ଉଠାଇଥିବା ନଜର ଆସିଛି । ବିଦେଶୀ ପର୍ଯ୍ୟଟକଙ୍କ ସହିତ ବଲିଉଡ଼ କଳାକାରଙ୍କ ପ୍ରଥମ ପସନ୍ଦ ହୋଇଥାଏ ଏହି ଲେକ୍ସିଟି । କାରଣ ଏଠାକାର ପାଣିପାଗ ଓ ସୁନ୍ଦରତା ଲୋକଙ୍କୁ ଆକର୍ଷିତ କରିଥାଏ । ତେବେ ବର୍ତ୍ତମାନ କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ଲଗାତାର ଭାବରେ ବଲିଉଡ଼ ସେଲିବ୍ରେଟିମାନେ ଉଦୟପୁରକୁ ଭ୍ରମଣ ପାଇଁ ଆସୁଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ