ହାଇଦ୍ରାବାଦ: ରାଜକୁମାର ରାଓ ଏବଂ ପତ୍ରଲେଖା (Rajkummar Rao-Patralekhaa), କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ (Katrina Kaif- Vicky Kaushal)ଙ୍କ ପରେ ବର୍ତ୍ତମାନ ଆଉ ଏକ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବଲିଉଡର ଚର୍ଚ୍ଚିତ ଯୋଡ଼ି ଫରହାନ ଅଖତର ଏବଂ ବାନ୍ଧବୀ ଶିବାନୀ ଦାଣ୍ଡେକର ଫେବୃଆରୀ 21 କୋର୍ଟ ମ୍ୟାରେଜ କରିବାକୁ ଯାଉଛନ୍ତି । ଜାନୁଆରୀରେ ଫରହାନ ଏବଂ ଶିବାନୀ କୋର୍ଟ ମ୍ୟାରେଜ ପାଇଁ ଆବେଦନ କରିଥିଲେ। କୋର୍ଟ ମ୍ୟାରେଜ ପରେ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବେ।
- " class="align-text-top noRightClick twitterSection" data="
">
ଗଣମାଧ୍ୟମରେ ଚାଲିଥିବା ଖବରକୁ ନିଶ୍ଚିତ କରି ଫରହାନ ଅଖତରଙ୍କ ପିତା ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତର ଏକ ଖବର କାମଜ ସହ ବାର୍ତ୍ତାଳାପରେ କହିଛନ୍ତି ଯେ, ହଁ ମୋ ପୁଅ ବିବାହ କରୁଛି । ବିବାହ ପ୍ରସ୍ତୁତି ଆରମ୍ଭ ହୋଇଛି ।’ ଅଖତର ଆହୁରି କହିଛନ୍ତି ଯେ, କୋରୋନା ମହାମାରୀ ହେତୁ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକ ଏହି ବିବାହ ଉତ୍ସବରେ ଯୋଗଦେବେ । ଆମେ କୌଣସି ବଡ଼ ଆକାରର ପାର୍ଟି କିମ୍ବା ସମାରୋହ କରୁନାହୁଁ । ଏହି କାରଣରୁ ବିବାହରେ ବହୁତ କମ୍ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଫରହାନ ଏବଂ ଶିବାନୀ ସବୁବେଳେ ନିଜ ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହାଁନ୍ତି । ବିବାହ ସହିତ ଜଡିତ ସମସ୍ତ ରୀତିନୀତି ହେବ କିନ୍ତୁ କମ୍ ଲୋକଙ୍କ ମଧ୍ୟରେ ହେବ ।
- " class="align-text-top noRightClick twitterSection" data="
">
ଏହା ବି ପଢନ୍ତୁ: ଫେବୃଆରୀରେ କୋର୍ଟ ମ୍ୟାରେଜ କରିବେ ଫରହାନ-ଶିବାନୀ !
ଶିବାନୀ ଦାଣ୍ଡେକରଙ୍କ ବିଷୟରେ ଜାଭେଦ୍ ଅଖତର କହିଛନ୍ତି ଯେ, ସେ ବହୁତ ଭଲ ଝିଅ। ଆମେ ସମସ୍ତେ ତାଙ୍କୁ ବହୁତ ପସନ୍ଦ କରୁ । ଫରହାନ୍ ଏବଂ ତାଙ୍କ ମଧ୍ୟରେ ଭଲ ବନ୍ଧୁତା ଅଛି । ତାଙ୍କ ବିବାହକୁ ନେଇ ଆମ ପରିବାର ବହୁତ ଖୁସି ଅଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ