ହାଇଦ୍ରାବାଦ: କୋରୋନାର ପ୍ରକୋପ ଥମିବାର ନାମ ନେଉନାହିଁ । ଗୋଟିଏ ପଟେ ଭାଇରସ୍ ହେତୁ ଚଳଚ୍ଚିତ୍ରର ସୁଟିଂ ସ୍ଥଗିତ ରଖାଯାଇଥିବା ବେଳେ ଅନ୍ୟ ପଟେ ଗୋଟିଏ ପରେ ଗୋଟିଏ ବଲିଉଡ ସେଲିବ୍ରିଟି କୋରୋନା ପଜିଟିଭ୍ ଥିବା ସୂଚନା ଆସୁଛି। ବୁଧବାର ଦିନ ବଲିଉଡ ଅଭିନେତା ଫରଦିନ ଖାନଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଅଭିନେତା ତାଙ୍କ ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ କୋରୋନା ପଜିଟିଭ୍ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି ।
-
Tested positive for C-19. Fortunately I am asymptomatic. Sending my best to all those in recovery. The rest, keep getting tested if in doubt as this variant is also targeting children, down to toddlers, and they can be given very limited medication. Happy isolating. 🙏🙏
— Fardeen Feroz Khan (@FardeenFKhan) January 19, 2022 " class="align-text-top noRightClick twitterSection" data="
">Tested positive for C-19. Fortunately I am asymptomatic. Sending my best to all those in recovery. The rest, keep getting tested if in doubt as this variant is also targeting children, down to toddlers, and they can be given very limited medication. Happy isolating. 🙏🙏
— Fardeen Feroz Khan (@FardeenFKhan) January 19, 2022Tested positive for C-19. Fortunately I am asymptomatic. Sending my best to all those in recovery. The rest, keep getting tested if in doubt as this variant is also targeting children, down to toddlers, and they can be given very limited medication. Happy isolating. 🙏🙏
— Fardeen Feroz Khan (@FardeenFKhan) January 19, 2022
ପଜିଟିଭ୍ ଆସିବା ପରେ ଅଭିନେତା ନିଜକୁ ଆଇସୋଲେଟ କରିଛନ୍ତି। ଫରଦିନ ଖାନ ଟ୍ବିଟରରେ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି, ମୋ କୋଭିଡ -19 ଟେଷ୍ଟ ପଜିଟିଭ ଆସିଛି। ସୌଭାଗ୍ୟବଶତଃ ମୋର କୌଣସି ଲକ୍ଷଣ ନାହିଁ । ମୁଁ ସେହିମାନଙ୍କୁ ମୋର ବାର୍ତ୍ତା ପଠାଇଛି, ଯେଉଁମାନେ ଏହି ଭାଇରସ ସହ ଲଢି ସୁସ୍ଥ ହୋଇଛନ୍ତି ।
ଅଭିନେତା ଆହୁରି ଲେଖିଛନ୍ତି, ଯଦି ସାମାନ୍ୟତମ ସନ୍ଦେହ ମଧ୍ୟ ଥାଏ, ତେବେ କୋଭିଡ ପରୀକ୍ଷା କରନ୍ତୁ, କାରଣ ଏହି ଭାରିଏଣ୍ଟ ପିଲାମାନଙ୍କୁ ମଧ୍ୟ ତୀବ୍ରଗତିରେ ସଂକ୍ରମିତ କରୁଛି । ସେମାନଙ୍କୁ ଅତି ସୀମିତ ପରିମାଣର ଔଷଧ ଦିଆଯାଇପାରେ । ଆଇସୋଲେସନ୍ ମୁବାରକ ହୋ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ