ETV Bharat / sitara

ଫରାଜ ଖାନଙ୍କ ଅବସ୍ଥା ଗୁରୁତର, ସାହାଯ୍ୟ ମାଗିଲେ ପୂଜା ଭଟ୍ଟ

author img

By

Published : Oct 14, 2020, 10:52 PM IST

ଅଭିନେତା ଫରାଜ ଖାନ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଜୀବନ ମୃତ୍ୟୁ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ବର୍ତ୍ତମାନ ପୂଜା ଭଟ୍ଟ ଟ୍ବିଟ୍ କରି ଫରାଜଙ୍କୁ ସାହାଯ୍ୟ କରିବାକୁ ତାଙ୍କ ଫଲୋଅର୍ସଙ୍କୁ କହିଛନ୍ତି । ଅଧିକ ପଢନ୍ତୁ...

faraaz battling for life brain infection pooja bhatt urges fans to raise funds
ଫରାଜ ଖାନଙ୍କ ଅବସ୍ଥା ଗୁରୁତର, ସାହାଯ୍ୟ ପାଇଁ ନିବେଦନ କଲେ ପୂଜା ଭଟ୍ଟ

ନୂଆଦିଲ୍ଲୀ : ମେହେନ୍ଦି ଏବଂ ଫରେବ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡର ଅଭିନେତା ଫରାଜ ଖାନ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଜୀବନ ମୃତ୍ୟୁ ସଂଗ୍ରାମ କରୁଛନ୍ତି । ମହାଭାରତ ଅଭିନେତା ୟୁସୁଫ ଖାନଙ୍କ ପୁଅ ଫରାଜଙ୍କର ବ୍ରେନ ଇନଫେକ୍ସନ ଏବଂ ନିମୋନିଆ ହୋଇଥିବାର ଜଣାପଡିଛି । ଯାହାକୁ ନେଇ ବର୍ତ୍ତମାନ ଅଭିନେତ୍ରୀ-ଚଳଚ୍ଚିତ୍ର ନିର୍ମାତା ପୂଜା ଭଟ୍ଟ ଟ୍ବିଟ୍ କରି ଫରାଜଙ୍କୁ ସାହାଯ୍ୟ କରିବାକୁ ତାଙ୍କ ଫଲୋଅର୍ସଙ୍କୁ କହିଛନ୍ତି । ଯାହା ଦ୍ବାରା ସେ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିପାରିବେ।

ପୂଜା ତାଙ୍କ ଟ୍ବିଟରରେ ଫରାଜଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଦୟାକରି ଯେତେ ସମ୍ଭବ ସେୟାର କରନ୍ତୁ ଏବଂ ଯୋଗଦାନ କରନ୍ତୁ । ମୁଁ ମଧ୍ୟ କରୁଛି । ଯଦି ଆପଣଙ୍କ ମଧ୍ୟରୁ କେହି ଏହା କରିପାରନ୍ତି ତେବେ ମୁଁ ବହୁତ କୃତଜ୍ଞ ହେବି" ।

ଫାରାଜଙ୍କ ସହ ଜଡିତ ବାକି ସୂଚନା ପୂଜାଙ୍କ ଦ୍ବାରା ଅଂଶୀଦାର ହୋଇଥିବା ପାଣ୍ଠି ସଂଗ୍ରହରେ ଲେଖାଯାଇଛି । ଏହି ପାଣ୍ଠି ରେଜର ଫରାଜଙ୍କ ପରିବାର ଦ୍ବାରା ଆରମ୍ଭ କରାଯାଇଛି । ଯେଉଁଥିରେ ଲେଖା ଅଛି, ଫରାଜ ପ୍ରାୟ ଏକ ବର୍ଷ ଧରି ଛାତିରେ ସଂକ୍ରମଣ ସହ ଲଢୁଥିଲେ । ନିକଟରେ ତାଙ୍କ ଅବସ୍ଥା ବିଗିଡିଯିବା ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ପ୍ରକାଶ ଥାଉ ଯେ, ଫାରାଜଙ୍କ ଚିକିତ୍ସା ପାଇଁ ତାଙ୍କୁ 25 ଲକ୍ଷ ଟଙ୍କା ଦରକାର । ବର୍ତ୍ତମାନ ପର୍ଯ୍ୟନ୍ତ, ଏହି ଅଭିଯାନର ସହାୟତାରେ ପ୍ରାୟ 1 ଲକ୍ଷ 8 ହଜାର ଟଙ୍କା ସଂଗ୍ରହ କରାଯାଇଛି । ତଥାପି ଚିକିତ୍ସା ପାଇଁ ଫରାଜଙ୍କୁ ବହୁ ଅର୍ଥ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.