ମୁମ୍ବାଇ: କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ଷ୍ଟାନକୋଭିକଙ୍କ ଘରେ ନୂଆ ସଦସ୍ୟ ଆସିବାକୁ ଯାଉଛନ୍ତି । ଆଜ୍ଞା ହଁ, ଏହି ଯୋଡି ମାତା-ପିତା ସାଜିବେ । ଏହାର ସୂଚନା ହାର୍ଦ୍ଧିକ ସୋସିଆଲ ମିଡିଆରେ ନତାଶାଙ୍କ ସହ କିଛି ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଇଥିଲେ । ଖାଲି ଏତିକି ନୁହେଁ ଲକଡାଉନରେ ଦୁଇଜଣ ବିବାହ କରିନେବା କଥା ମଧ୍ୟ ଚର୍ଚ୍ଚାରେ । ସେପଟେ ନତାଶାଙ୍କ ବିବାହ ଓ ଗର୍ଭବତୀ କଥା ଶୁଣି ତାଙ୍କ ଏକ୍ସ ବୟଫ୍ରେଣ୍ଡ ତଥା ଅଭିନେତା ଏଲି ଗୋନି ଖୁସି ଜାହିର କରିଛନ୍ତି ।
- " class="align-text-top noRightClick twitterSection" data="
">
ନତାଶାଙ୍କ ଏକ ସୋସିଆଲ ମିଡିଆ ଫଟୋ ଉପରେ ଏଲି କମେଣ୍ଟ କରି ଲେଖିଛନ୍ତି, ‘ଭଗବାନ ତୁମକୁ ଆଶୀର୍ବାଦ ଦିଅନ୍ତୁ ।’ ଏମିତି ପ୍ରଥମଥର ହୋଇନାହିଁ ଯେବେ ଏଲି ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ଫଟୋରେ କମେଣ୍ଟ କରିଥିବେ ।
ସେ ପୂର୍ବରୁ ମଧ୍ୟ ତାଙ୍କ ନିର୍ବନ୍ଧରେ ଶାନଦାର କମେଣ୍ଟ କରି ଚର୍ଚ୍ଚାରେ ଆସିଥିଲେ । ସେହିପରି ସେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ନତାଶା ଓ ହାର୍ଦ୍ଧିକଙ୍କ ପାଇଁ ଖୁସି ଅଛନ୍ତି ।