ETV Bharat / sitara

ଏକତାଙ୍କ ନାଁରେ ମାମଲା ରୁଜୁ, ଏମିତି ଦେଲେ ପ୍ରତିକ୍ରିୟା

author img

By

Published : Jun 17, 2020, 6:48 PM IST

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଏକତା । ଯେଉଁଥିରେ ବଖାଣିଛନ୍ତି ମନ କଥା...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଚର୍ଚ୍ଚାରେ ଟିଭି କୁଇନ ତଥା ଫେମସ ନିର୍ମାତା ଏକତା କପୁର । ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ନେଇ ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି । ଯାହା ଉପରେ ସେ ବର୍ତ୍ତମାନ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ।

ବୁଧବାର ମୁଜାଫରପୁରର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ସଲମାନ ଖାନଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ନିର୍ମାତା-ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପ୍ରାୟ 8 ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଏଥିରେ କରଣ ଜୋହର, ଆଦିତ୍ୟ ଚୋପ୍ରା, ସଲମାନ ଖାନ, ସଞ୍ଜୟ ଲୀଲା ଭଂସାଲୀ, ଏକତା କପୁରଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ନାମ ଅନ୍ତର୍ଭୁକ୍ତ । ଓକିଲ ସୁଧୀର କୁମାର ଓଝା ଏହି ମାମଲା ରୁଜୁ କରିଛନ୍ତି ।

ଏହି ମାମଲାରେ ଜବାବ ଦେଇ ଏକତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ‘ସୁଶିଙ୍କୁ କାଷ୍ଟ ନକରିବା ପାଇଁ ଏହି କେସ ରୁଜୁ କରିଥିବାରୁ ଧନ୍ୟବାଦ । ହେଲେ ବାସ୍ତବରେ ମୁଁ ତାଙ୍କୁ ହିଁ ଲଞ୍ଚ କରିଥିଲି । ମୁଁ ସେହି କଥାରେ ଆଶ୍ଚର୍ଯ୍ୟ ଯେ ବିବାଦୀୟପୂର୍ଣ୍ଣ ସିଦ୍ଧାନ୍ତ କେଉଁ ପର୍ଯ୍ୟନ୍ତ ଯାଇପାରୁଛି । ଦୟାକରି ପରିବାର ଓ ବନ୍ଧୁମାନଙ୍କୁ ଶାନ୍ତିରେ ଶୋକ କରିବାକୁ ଅନୁମତି ଦିଅ । ସତ୍ୟର ବିଜୟ ହେବ । ଏହା ଉପରେ ଭରସା କରିପାରୁନାହିଁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.