ETV Bharat / sitara

ଏକତାଙ୍କ ଘୋଷଣା, ଆରମ୍ଭ ହେଲା ‘ପବିତ୍ର ରିସ୍ତା’ ଫଣ୍ଡ

author img

By

Published : Jul 17, 2020, 12:49 PM IST

ବର୍ତ୍ତମାନ ଚର୍ଚ୍ଚାରେ ଟିଭିର କୁଇନ ଏକତା କପୁର। ଏଥର ସେ ମାନସିକ ବିକାରଗସ୍ତଙ୍କ ଚିକିତ୍ସା କରିବେ। ସୁଶାନ୍ତଙ୍କ ସ୍ମୃତିରେ ଏପରି ନିଷ୍ପତ୍ତି ନେଇଛନ୍ତି ସେ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏକ ମାସରୁ ଅଧିକ ଦିନ ବିତିଗଲାଣି । ହେଲେ ଏଯାବତ କେହି ତାଙ୍କୁ ଭୁଲି ପାରୁନାହାଁନ୍ତି । ନିକଟରେ ତାଙ୍କୁ ମନେ ପକାଇ ଫେମସ ନିର୍ମାତା ଏକତା କପୁର ସୋସିଆଲ ମିଡିଆରେ ଭାବୁବିହ୍ବଳ ପୋଷ୍ଟ ସେୟାର କରିଥିଲେ। ଆଉ ଏକ ତାଙ୍କ ସ୍ମୃତିରେ ବଡ ଘୋଷଣା କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚ। ସେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ମେଣ୍ଟଲ ହେଲ୍ଥ ଓଭେୟରନେସ ଫଣ୍ଡ ଆରମ୍ଭ କରିବାର ଘୋଷଣା କରିଛନ୍ତି । ଯାହାର ନାମ ସୁଶାନ୍ତଙ୍କ ପପୁଲାର ଧାରାବାହିକ ‘ପବିତ୍ର ରିସ୍ତା’ ନାମରେ ରଖାଯାଇଛି।

ଏଥି ପାଇଁ ଏକତା, ତରୁଣ କତିୟଲଙ୍କ ସହ ମିଶି କାମ କରିବେ । ଏହି ଫଣ୍ଡର ଉଦ୍ଦେଶ୍ୟ ହେଲା ଯେ ଲୋକଙ୍କୁ ମାନସିକ ସ୍ବାସ୍ଥ୍ୟ ଉପରେ ସଚେତନା କରାଇବା।ଏହା ବିଷୟରେ ଆଲୋଚନା କରି ଏକତା କହିଛନ୍ତି, ‘ଗତ 10 ବର୍ଷରୁ ସମୟ ସମ୍ପୂର୍ଣ୍ଣ ବଦଳିଯାଇଛି । ଆଜି ସବୁ ଜିନିଷର ଚାପ ଅଧିକ ରହୁଛି । ଏହି ମହାମାରୀରେ ସମସ୍ତେ ଘରେ ବନ୍ଦି ହୋଇଯାଇଛନ୍ତି । ଯାହାପାଇଁ ଆମେ ଡିପ୍ରେସନର ସାମ୍ନା କରୁଛେ। କାମ, ଘର, ଚାକିରୀ ଚାଲିଯିବାରୁ ଆମର ଚିନ୍ତା ବଢିଚାଲିଛି । ଏଥି ନିମନ୍ତେ ଅନେକ ଲୋକଙ୍କ ମଧ୍ୟରେ ମାନସିକ ଚାପ ଦେଖିବାକୁ ମିଳୁଛି । ପବିତ୍ର ରିସ୍ତା ଫଣ୍ଡର ଅଂଶ ହେବାରୁ ମୁଁ ଖୁସି ଅନୁଭବ କରୁଛି । ଆଉ ଆଗାମୀ ଭବିଷ୍ୟତରେ ମଧ୍ୟ ଏପରି ଅଭିଯାନରେ ସାମିଲ ହୋଇ ଲୋକଙ୍କ ସେବା କରିବି।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.