ETV Bharat / sitara

ପବ୍ଲିକ ଡିମାଣ୍ଡ: ପ୍ରସାରଣ ହେବ ‘ଶକ୍ତିମାନ’-‘ଚାଣକ୍ୟ’

author img

By

Published : Mar 31, 2020, 12:43 PM IST

ଖୁବଶୀଘ୍ର ଦୂରଦର୍ଶନ ଚ୍ୟାନେଲରେ ପ୍ରସାରଣ ହେବ 90 ଦଶକର ପାଞ୍ଚୋଟି ପପୁଲାର ଶୋ। ଏହି ଲକଡାଉନରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଚେଷ୍ଟା ଚଳାଇଛି ଦୂରଦର୍ଶନ।

shaktimaan returns confirms
ଡିଜାଇନ ଫଟୋ

ମୁମ୍ବାଇ: ଦେଶରେ କୋରୋନା ଲକଡାଉନ ପାଇଁ 90 ଦଶକର ଫେମସ ଶୋ ଗୁଡିକକୁ ଦୂରଦର୍ଶନ ନ୍ୟାସନାଲ ଚ୍ୟାଲେନ ପୁନଃପ୍ରସାରଣ କରିବାରେ ଲାଗିଛି। ବର୍ତ୍ତମାନ ଘରେ ସମୟ ବିତାଉଥିବା ଲୋକଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଉଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର।

ଗତ ଶନିବାର ପୌରାଣିକ ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’ ପ୍ରସାରଣ କରାଯାଇଥିଲା । ଆଉ ଏବେ ପୁଣି ଦୁଇଟି ଧାରାବାହିକ ଦେଖିବାକୁ ଯାଉଛନ୍ତି ଦର୍ଶକ। ଆଜ୍ଞା ହଁ, 90 ଦଶକର ଲୋକପ୍ରିୟ ଶୋ ‘ଚାଣକ୍ୟ’ ଓ ‘ଶକ୍ତିମାନ’ ପ୍ରସାରଣ ହେବ।

ସୂଚନା ଓ ପ୍ରସାରଣ ମନ୍ତ୍ରାଳାୟ ଦ୍ବାରା ଏକ ଷ୍ଟେଟମେଣ୍ଟରେ କୁହାଯାଇଛି ଯେ ଦୂରଦର୍ଶନରେ ପାଞ୍ଚୋଟି ଶୋ ପ୍ରସାରଣ କରାଯିବ। ଏହି କ୍ରମରେ ‘ଚାଣକ୍ୟ’, ‘ଉପନିଷଦ ଗଙ୍ଗା’, ‘ଶକ୍ତିମାନ’, ‘ଶ୍ରୀମାନ ଶ୍ରୀମତି’ ଓ ‘କ୍ରିଷ୍ଣା କାଲି’ ସାମିଲ ଅଛି।

ପବ୍ଲିକ ଡିମାଣ୍ଡରେ ‘ଚାଣକ୍ୟ’ର 47ଟି ଏପିସୋଡ, ଯାହାକୁ ଚନ୍ଦ୍ରପ୍ରକାଶ ଦ୍ବାରା ନିର୍ଦ୍ଦେଶିତ କରାଯାଇଥିଲା । ଡିଡି ଭାରତରେ ଏପ୍ରିଲର ପ୍ରଥମ ସପ୍ତାହରେ ଆରମ୍ଭ ହେବ। ଏହାର ପ୍ରସାରଣ ଦ୍ବିପହର ସମୟରେ କରାଯିବ । ସେହିପରି ଦୂରଦର୍ଶନ ନ୍ୟାସନାଲରେ ଦ୍ବିପହର 1 ଘଟିକା ସମୟରେ ‘ଶକ୍ତିମାନ’ ଦେଖିବାକୁ ପାଇବେ ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.