ETV Bharat / sitara

ବଲିଉଡ୍‌ ଷ୍ଟାରଙ୍କ ମ଼ଡର୍ଣ୍ଣ ଡିଭର୍ସ, ଛାଡପତ୍ର ପରେ ବି ଛାଡି ନାହାନ୍ତି ସମ୍ପର୍କ - ଫରହାନ୍ ଅଖତର- ଅଧୁନା ଭବାନୀ

ଯଦି ଡିଭର୍ସ ସମ୍ପର୍କରେ କୁହାଯାଏ ତେବେ ବଲିଉଡର ଅନେକ ଷ୍ଟାର ଏହି ଲିଷ୍ଟରେ ସାମିଲ ହୋଇଛନ୍ତି । ଆଉ ସେ ପୁଣି ମଡର୍ଣ୍ଣ ଡିଭର୍ସ । ଅଧିକ ପଢନ୍ତୁ..

ବଲିଉଡ ଷ୍ଟାରଙ୍କ ମ଼ଡର୍ଣ୍ଣ ଡିଭର୍ସ, ଛାଡପତ୍ର ପରେ ବି ଛାଡି ନାହାନ୍ତି ସମ୍ପର୍କ

author img

By

Published : Jul 6, 2020, 4:49 PM IST

ମୁମ୍ବାଇ: ମ୍ୟାରେଜ ହଉ ଅବା ଡିଭର୍ସ । ଲିଙ୍କଅପ୍ ହେଉ ଅବା ବ୍ରେକଅପ୍ ସବୁବେଳେ ଚର୍ଚ୍ଚାରେ ବିଟାଉନ ସେଲିବ୍ରିଟି । ତେବେ ଯଦି ଡିଭର୍ସ ସମ୍ପର୍କରେ କୁହାଯାଏ ତେବେ ବଲିଉଡର ଅନେକ ଷ୍ଟାର ଏହି ଲିଷ୍ଟରେ ସାମିଲ ହୋଇଛନ୍ତି । ଆଉ ସେ ପୁଣି ମଡର୍ଣ୍ଣ ଡିଭର୍ସ । କାରଣ ବିବାହ ବିଚ୍ଛେଦ ପରେ ବି ଏମାନେ ପରସ୍ପର ମଧ୍ୟରେ ଖୁବ୍ ଭଲ ସମ୍ପର୍କ ବଜାୟ ରଖିଛନ୍ତି । ଆଜି ଆମେ ସେମିତି କିଛି ଷ୍ଟାରଙ୍କ ସମ୍ପର୍କରେ ଆପଣଙ୍କୁ ଜଣାଇବୁ...

ନୱାଜୁଦ୍ଦିନ ସିଦ୍ଦିକି- ଆଲିଆ ସିଦ୍ଦିକି

ବଲିଉଡର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକି । ଦୀର୍ଘ 11 ବର୍ଷ ଧରି ବିବାହ ବନ୍ଧନରେ ଆବଦ୍ଧ ଥିବା ଏହି ଷ୍ଟାର ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି । ସେମାନଙ୍କର 2ଟି ସନ୍ତାନ ମଧ୍ୟ ଅଛନ୍ତି । ତେବେ ଛାଡପତ୍ର ହେବା ସତ୍ତ୍ବେ ମଧ୍ୟ ଏହି ଦୁହେଁ ପରସ୍ପର ସହ ଖୁବ୍ ଭଲ ସମ୍ପର୍କ ରଖିଛନ୍ତି । ଏମିତିକି ନୱାଜୁଦ୍ଦିନ ସିଦ୍ଦିକି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ପୂର୍ବତନ ସ୍ତ୍ରୀଙ୍କ ପରାମର୍ଶ ଲୋଡିଥିବା ମଧ୍ୟ କୁହନ୍ତୁ ।

କରିସ୍ମା କପୁର-ସଞ୍ଚୟ କପୁର

ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ଏନେଗେଜମେଣ୍ଟ କରିବାର କିଛି ମାସ ପରେ କରିସ୍ମା କପୁର ଦିଲ୍ଲୀର ଜଣେ ବ୍ୟବସାୟୀ ସଞ୍ଚୟ କପୁରଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ତେବେ ଏମାନଙ୍କ ବିବାହ ମଧ୍ୟ ବେଶି ସମୟ ତିଷ୍ଟି ନଥିଲା । 2015ରେ କରିସ୍ମା ସଞ୍ଚୟଙ୍କୁ ଛାଡପତ୍ର ଦେଇଥିଲେ । ଏମାନଙ୍କର ମଧ୍ୟ 2 ସନ୍ତାନ ଅଛନ୍ତି । ତେଣୁ ଏମାନେ ଆଜିବି ପରସ୍ପର ସହ ଭଲ ସମ୍ପର୍କ ରଖିଛନ୍ତି ।

ଫରହାନ୍ ଅଖତର- ଅଧୁନା ଭବାନୀ

ଫରହାନ ଅଖତର ଏବଂ ଅଦୁନା ଭବାନୀ ବଲିଉଡର ଅନ୍ୟତମ ପପୁଲାର ଯୋଡି । ଏହି କପୁଲ 2016ରେ ପରସ୍ପରଠାରୁ ଛାଡପତ୍ର ନେଇଥିଲେ । ତେବେ ଡିଭର୍ସ ପରେ ମଧ୍ୟ ଏହି ଦମ୍ପତି କେବେବି ପରସ୍ପରକୁ ଅଲଗା ଦର୍ଶାଇ ନାହାନ୍ତି । ଏପରିକି ବିବାହ ବିଚ୍ଛେଦ ପରେ ମଧ୍ୟ ଏମାନଙ୍କ ଅନେକ ସମୟରେ ଏକାଠି ସ୍ପଟ ହୋଇଛନ୍ତି । ଏମାନଙ୍କର ମଧ୍ୟ 2ଟି ସନ୍ତାନ ଅଛନ୍ତି ।

ହ୍ରିତିକ ରୋଶନ- ସୁଜନ ଖାନ

ବୋଧହୁଏ ଏହି ଦୁହିଁଙ୍କ ଛାଡପତ୍ର ବଲିଉଡର ସବୁଠାରୁ ଆଶ୍ଚର୍ଯ୍ୟଜନକ ଛାଡପତ୍ର । କାରଣ ବିବାହ ବିଚ୍ଛେଦ ପରେ ମଧ୍ୟ ଏମାନଙ୍କ ମଧ୍ୟର କେମେଷ୍ଟ୍ରି ବଜାୟ ରହିଛି । ଆଜିବି ସୁଜନ ନିଜ ଭ୍ୟାକେସନ ହ୍ରିତିକଙ୍କ ସହ କାଟିଥାଆନ୍ତି । ତେବେ ନିଜ ପିଲାଙ୍କ ପାଇଁ ସବୁବେଳେ ଏକାଠି ରହୁଥିବା ଏହି କପୁଲ ଅନେକ ସମୟରେ ଏକାଠି ସ୍ପଷ୍ଟ ହୋଇଛନ୍ତି ।

ମଲାଇକା ଆରୋରା- ଅରବାଜ୍ ଖାନ୍

18 ବର୍ଷ ବିବାହ ପରେ ଅରବାଜ ଖାନ ଏବଂ ମଲାଇକା ଆରୋରା ଅଲଗା ହେବା ଘୋଷଣା କରିଥିଲେ । ଅର୍ଜୁନ କପୁରଙ୍କ ସହ ମଲାଇକା ଆରୋରାଙ୍କ ସମ୍ବନ୍ଧ ବିଷୟରେ ମଧ୍ୟ ଅନେକ କଥା ଶୁଣିବାକୁ ମିଳେ । ତେବେ ବିବାହ ବିଚ୍ଛେଦ ପରେ ମଧ୍ୟ ଏମାନଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ଘନିଷ୍ଠ । ଏଦୁହେଁ ପରସ୍ପରର ପାର୍ଟିରେ ମଧ୍ୟ ନଜର ଆସିଥାଆନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.