ମୁମ୍ବାଇ: ଡିଜନି ହଟଷ୍ଟାର ସାଇନ୍ସ-ଫିକ୍ସନ୍ କମେଡି ଥ୍ରୀଲର 'ଓକେ କମ୍ପ୍ୟୁଟର'ର ଟ୍ରେଲର ମୁକ୍ତିଲାଭ କରିଛି। ଏହା ହେଉଛି ଭାରତର ପ୍ରଥମ ସାଇନ୍ସ-ଫିକ୍ସନ୍ କମେଡି ଥ୍ରୀଲର ୱେବ୍ ସିରିଜ । ଯେଉଁଥିରେ ରାଧିକା ଆପ୍ଟେ, ଜ୍ୟାକି ଶ୍ରଫ୍ ଏବଂ ବିଜୟ ବର୍ମା ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="">
ଡିଜନି ହଟଷ୍ଟାର ନିଜର ଅଫିସିଆଲ୍ ଟ୍ବିଟରରେ ସିରିଜର ଟ୍ରେଲରକୁ ସେୟାର କରି ଟ୍ବିଟ୍ କରି କହିଛନ୍ତି ଯେ,କିତନା ହିଁ କଣ୍ଟ୍ରୋଲ କର ଲୋଗେ ଭବିଷ୍ୟ କୋ... ଜବ ଭବିଷ୍ୟ ହିଁ ଆପକୋ କଣ୍ଟ୍ରୋଲ କରନେ ବାଲା ହେଁ ?
ପ୍ରକାଶ ଥାଉ ଯେ, ଏହି ସିରିଜର 6 ଟି ଏପିସୋଡ୍ ରହିବ । 26 ମାର୍ଚ୍ଚରୁ ଡିଜନି ହଟଷ୍ଟାରରେ ଏହି ସିରିଜ୍ ଦେଖିବାକୁ ମିଳିବ ।