ETV Bharat / sitara

ଦିଶାଙ୍କ ଜବରଦସ୍ତ ଡାନ୍ସ, ଦିୱାନା ହେଲେ ଫ୍ୟାନ୍ସ

ଫିଲ୍ମ ଠାରୁ ଅଧିକ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ସୁନ୍ଦରୀ ଅଭିନେତ୍ରୀ ଦିଶା ପଟାନୀ । ଏବେ ସେ ଏକ ଶାନଦାର ଡାନ୍ସ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି ।

author img

By

Published : Apr 6, 2019, 8:28 PM IST

viral

ନୂଆଦିଲ୍ଲୀ: ବଲିଉଡରେ ଏବେ ଅଭିନେତ୍ରୀ ଦିଶା ପଟାନୀଙ୍କ ଜଲୱା ଦେଖିବାକୁ ବେଶ ମିଳୁଛି । ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ଆକାଶଛୁଆଁ ହେବାରେ ଲାଗିଛି । ନିଜର ପ୍ରଥମ ଫିଲ୍ମ ଜରିଆରେ ଫ୍ୟାନ୍ସଙ୍କ ହୃଦୟ ଜିତିଥିବା ଦିଶାଙ୍କୁ ବର୍ତ୍ତମାନ କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ଟପ ଅଭିନେତ୍ରୀରେ ସାମିଲ ହୋଇସାରିଲେଣି । ଫିଲ୍ମ ବ୍ୟତୀତ ସେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚିତ । ଫ୍ୟାନ୍ସଙ୍କ ପାଇଁ ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାଆନ୍ତି । ନିଜ ଫିଟନେସ ଓ ଡାନ୍ସ ଭିଡିଓ ଦ୍ବାରା ସେ ସୋସିଆଲ ମିଡିଆରେ ଛାଇ ରହିଛନ୍ତି ।

ଇତିମଧ୍ୟରେ ତାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ଦିଶା ନିଜେ ହିଁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ମଧ୍ୟ ଡାନ୍ସ କରିବାରେ ଲାଗିଯିବେ ।

ଦିଶାଙ୍କ ଡାନ୍ସ ମୁବ୍ସ ଦେଖି ୟୁଜର୍ସ କହୁଛନ୍ତି କି ସେ ଫ୍ଲୋରରେ ନିଆଁ ଲଗାଇଦେବେ । ଅନ୍ୟପଟେ ୟୁଜର୍ସ 'ଗଲି ବୟ' ଫିଲ୍ମର ଗୀତ ଜରିଆରେ ତାଙ୍କର ପ୍ରଶଂସା କରିଛନ୍ତି । ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, 'ବହୁତ ହାର୍ଡ, ବହୁତ ହାର୍ଡ ।'

ଦିଶାଙ୍କ ଏହି ଭିଡିଓକୁ ଏଯାବତ 29 ଲକ୍ଷରୁ ଅଧିକା ଲୋକ ଦେଖିସାରିଲେଣି । ସୋସିଆଲ ମିଡିଆରେ ଦିଶା ସବୁଠାରୁ ଆକ୍ଟିଭ ରହୁଥିବା ସେଲିବ୍ରିଟି ମଧ୍ୟରୁ ଅନ୍ୟତମ ।

ଏହି ସମୟରେ ଦିଶା ନିଜର ଆଗାମୀ ପ୍ରୋଜେକ୍ଟରେ ଖୁବ୍ ବ୍ୟସ୍ତ ଅଛନ୍ତି । ଅଭିନେତା ଅନିଲ କପୁର, କୁନାଲ ଖେମୁ, ଆଦିତ ରାୟ କପୁର ସହ ଆକ୍ସନ ଥ୍ରିଲର ଫିଲ୍ମ 'ମଲଙ୍ଗ'ରେ ଏକାଠି ନଜର ଆସିବେ ଦିଶା । ଏହା ବ୍ୟତୀତ ଦିଶା, ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଓ 'କିକ୍-2'ରେ ଜ୍ୟାକଲୀନ ଫର୍ଣ୍ଣାଡିଜଙ୍କ ସ୍ଥାନରେ ନଜର ଆସିବେ । ବର୍ତ୍ତମାନ ଦିଶା, ସଲମାନଙ୍କ ଆଗାମୀ ଫିଲ୍ମ 'ଭାରତ'ରେ ବ୍ୟସ୍ତ ଅଛନ୍ତି ।

Intro:Body:

GALLERY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.