ETV Bharat / sitara

Bappi Lahiri Funeral: ପଞ୍ଚଭୂତରେ ଲୀନ ହେଲେ ଡିସ୍କୋ କିଙ୍ଗ, ପୁଅ ଦେଲା ମୁଖାଗ୍ନି - Bappi Lahiris last rites

ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଂଗୀତଜ୍ଞ ବାପି ଲାହିରି । ବାପା ବାପି ଲାହିରିଙ୍କୁ ମୁଖାଗ୍ନି ଦେଇଛନ୍ତି ପୁଅ ବପ୍ପା । ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଛି। ବାପି ଲାହିରିଙ୍କ ଦେହାନ୍ତରେ ସଂଗୀତ ଜଗତକୁ ହୋଇଥିବା କ୍ଷତି କେବେ ପୂରଣ ହୋଇପାରିବ ନାହିଁ । କିନ୍ତୁ ତାଙ୍କ ସଙ୍ଗୀତ ମାଧ୍ୟମରେ ବାପି ଲାହିରି ଚିର ଦିନ ପାଇଁ ଅମର ରହିବେ । ଅଧିକ ପଢନ୍ତୁ

ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଂଗୀତଜ୍ଞ ବାପି ଲାହିରି

author img

By

Published : Feb 17, 2022, 1:49 PM IST

ହାଇଦ୍ରାବାଦ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଂଗୀତଜ୍ଞ ବାପି ଲାହିରି । ଏକମାତ୍ର ପୁଅ ବପ୍ପା ଲାହିରି ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନ ଘାଟରେ ଅନ୍ତ୍ୟେଷ୍ଟି କିୟା ହୋଇଛି । ବାପି ଦାଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ତଥା ବହୁ ବଲିଉଡ ସେଲିବ୍ରିଟି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ଶେଷ ବିଦାୟ ନେଇ ପରପାରିକୁ ଚାଲିଯାଇଥିବା ବେଳେ ପୂରା ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତି କରିଯାଇଛନ୍ତି । ବାପି ଲାହିରିଙ୍କ ଦେହାନ୍ତରେ ସଂଗୀତ ଜଗତକୁ ହୋଇଥିବା କ୍ଷତି କେବେ ପୂରଣ ହୋଇପାରିବ ନାହିଁ | କିନ୍ତୁ ତାଙ୍କ ସଙ୍ଗୀତ ମାଧ୍ୟମରେ ବାପି ଲାହିରି ଚିର ଦିନ ପାଇଁ ଅମର ରହିବେ ।

ସୂଚନାଯୋଗ୍ୟ ଯେ, କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଗତ ବର୍ଷ ଏପ୍ରିଲରେ କୋଭିଡ ପଜିଟିଭ ପରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ । ଏହା ପରେ ସେ ପୁଣି ଅସୁସ୍ଥ ହୋଇଥିଲେ । ଲେହରିଙ୍କୁ ଏକ ମାସ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସୋମବାର ଦିନ ଡିସଚାର୍ଜ କରାଯାଇଥିଲା । କିନ୍ତୁ ମଙ୍ଗଳବାର ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ପୁଣି ଡାକ୍ତରଖାନାକୁ ଅଣାଯାଇଥିଲା। ମଙ୍ଗଳବାର ରାତି ୧୧ଟା ୪୫ରେ ୬୯ ବର୍ଷ ବୟସରେ ବାପି ଲାହିରିଙ୍କ ଦେହାନ୍ତ ହୋଇଛି । ଡାକ୍ତରଙ୍କ କହିବାନୁସାରେ, ବାପି ଦାଙ୍କ ଦେହାନ୍ତ ଏକାଧିକ ଶାରୀରିକ ସମସ୍ୟା ସହିତ Obstructive Sleep Apnea (QSA) ହେତୁ ଘଟିଛି ।

ବଲିଉଡରେ ‘ଡିସ୍କୋ କିଙ୍ଗ’ ଭାବେ ପରିଚିତ ଥିଲେ ବାପି ଲାହିରି । ମୁଖ୍ୟତଃ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’। ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର, ଶରାବି, ଡାଟି ପିକଚର ଭଳି ଅନେକ ସୁପରହିଟ୍ ଫିଲ୍ମରେ ସେ ମ୍ୟୁଜିକ୍ କମ୍ପୋଜ କରିଛନ୍ତି । ମୁଖ୍ୟତଃ ଅଶି ଓ ନବେ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’ ।

କେବଳ ହିନ୍ଦୀ ଗୀତ ନୁହେଁ ଏକାଧିକ ଭାଷାରେ ଗୀତ ଗାଇ ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି ବାପି ଲାହିରି । ଓଡିଆ ଭାଷାରେ ବି ଗୀତ ଗାଇଛନ୍ତି ବାପି ଦା’ । ଓଡିଆ ଭାଷାରେ ଇଷ୍ଟର୍ଣ୍ଣ ମିଡିଆ ଇଂଟରଟେନମେଂଟ ପ୍ରଯୋଜନାରେ ‘ମୋ ଦୁନିଆ ତୁହିଁ ତୁ’ ପାଇଁ ଗୀତ ଗାଇଛନ୍ତି ବାପି ଦା’ । ଶେଷ ଥର ପାଇଁ ବାଗି-ଥ୍ରି ପାଇଁ ମ୍ୟୁଜିକ୍ କମ୍ପୋଜ୍ କରିଥିଲେ ବାପି ଲାହିରି । ବିଗ୍‌ ବସ୍‌-୧୫ରେ ସଲଖାନ ଖାଁଙ୍କ ସହ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ପାଇଥିଲେ ଦର୍ଶକ।

ବାପି ଲାହିରିଙ୍କ ପ୍ରକୃତ ନାଁ ଆଲୋକେଶ ଲାହିରି। ୧୯୫୨ ମସିହା ନଭେମ୍ବର ୨୭ ତାରିଖରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପାମା’ ମଧ୍ୟ ଗାୟକ ଥିଲେ। ତିନି ବର୍ଷ ବୟସରୁ ସେ ତାବ୍‌ଲା ବଜାଇବା ଶିଖିଥିଲେ। ପ୍ରାରମ୍ଭରେ ତାଙ୍କ ବାପାମା’ ଥିଲେ ତାଙ୍କର ସଙ୍ଗୀତ ଗୁରୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.