ETV Bharat / sitara

ଅସୁସ୍ଥ ହୋଇ ମଧ୍ୟ ‘କଶ୍ମୀର ଫାଇଲ୍ସ’ର ସୁଟିଂ କରିଥିଲେ ଡିସ୍କୋ ଡାନ୍ସର - ଡିସ୍କୋ ଡାନ୍ସର ମିଥୁନ ଚକ୍ରବର୍ତ୍ତୀଙ୍କ ହେଳ୍ଥ ନ୍ୟୁଜ

ବର୍ତ୍ତମାନ ରେଷ୍ଟ ନେଉଥିବା ବଲିଉଡର ମିଥୁନ ଦାଙ୍କୁ ନେଇ ବଡ ଖୁଲାସା କରିଛନ୍ତି ନିର୍ଦ୍ଦେଶକ ବିବେକ । ଅସୁସ୍ଥ ହେବା ପରେ ମଧ୍ୟ ସେ ଫିଲ୍ମର ଆକ୍ସନ ସିନ ସୁଟିଂ କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Dec 22, 2020, 11:42 AM IST

ମୁମ୍ବାଇ: ପପୁଲାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କର ଆଗାମୀ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଖୁବ୍ ବ୍ୟସ୍ତ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଡିସ୍କୋ ଡାନ୍ସର ମିଥୁନ ଚକ୍ରବର୍ତ୍ତୀ । ନିକଟରେ ଫିଲ୍ମର ସୁଟିଂ ବନ୍ଦ କରିବାକୁ ପଡିଥିଲା, କାରଣ ମିଥୁନ ସେଟରେ ଅସୁସ୍ଥ ହୋଇପଡିଥିଲେ । ଖବର ଅନୁଯାୟୀ ପେଟ ସଂକ୍ରମଣ ହେତୁ ଅଭିନେତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା । ଯେଉଁଥି ପାଇଁ ବିବେକଙ୍କୁ ସୁଟିଂ ବନ୍ଦ କରିବାକୁ ପଡିଲା । ଏହି ଘଟଣା ବିଷୟରେ ବର୍ଣ୍ଣନା କରୁଥିବାବେଳେ ଅଗ୍ନିହୋତ୍ରୀ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ମିଥୁନ ଖରାପ ଅବସ୍ଥାରେ ଥାଇ ମଧ୍ୟ ଏହାର ସୁଟିଂ ଶେଷ କରିଛନ୍ତି ।

ଏହା ବିଷୟରେ ଆଲୋଚନା କରି ବିବେକ ଆହୁରି କହିଥିଲେ, ‘ଆମେ ଏକ ଆକ୍ସନ ସିକ୍ବେନ୍ସର ସୁଟିଂ କରୁଥିଲୁ । ଯାହା ମିଥୁନଙ୍କ ଭୂମିକାରେ ଥିଲା । ହେଲେ ହଠାତ୍ ତାଙ୍କୁ ପେଟ ଇନଫେକ୍ସନର ସାମ୍ନା କରିବାକୁ ପଡିଥିଲା । କୌଣସି ବି ବ୍ୟକ୍ତି ଅପରି ଅବସ୍ଥାରେ ଠିଆ ମଧ୍ୟ ହୋଇପାରିନଥାଆନ୍ତେ । ହେଲେ ମିଥୁନ କିଛି ସମୟ ପାଇଁ ବାହାରକୁ ଯାଇ ପୁଣି ଆସି ଫିଲ୍ମର ସେହି ସୁଟ ଶେଷ କରିଥିଲେ । ଏହା ଏତେ ଖରାପ ଥିଲା ଯେ ଏପରି ଅବସ୍ଥାରେ ମୁଁ କେବେ କଳ୍ପନା କରିପାରୁନାହିଁ କେହି ସୁଟିଂ କରିପାରିବେ ବୋଲି । ହେଲେ ମିଥୁନ ଏହା କରିକି ଦେଖାଇଛନ୍ତି । ଏଥିପାଇଁ ତାଙ୍କୁ ସୁପରଷ୍ଟାର କୁହାଯାଏ ।’

ପ୍ରକାଶ ଥାଉକି ‘କଶ୍ମୀର ଫାଇଲ୍ସ’ କଶ୍ମୀର ପଣ୍ଡିତଙ୍କ ଲୋମହର୍ଷଣକାରୀ କାହାଣୀକୁ ନେଇ ଆଧାରିତ । 1989 ଏବଂ 1990ର କାହାଣୀ ଫିଲ୍ମରେ ପର୍ଯ୍ୟବେଶିତ କରାଯାଇଛି । ବିବେକ ପୂର୍ବରୁ ଜଣାଇଥିଲେ ଯେ ଫିଲ୍ମ ଫ୍ୟାକ୍ଟସ ଉପରେ ନୁହେଁ ବରଂ ଅନୁଭୂତି ଉପରେ ଆଧାରିତ । ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.