ETV Bharat / sitara

‘ମ୍ୟାଡମ ଚିଫ୍ ମିନିଷ୍ଟର’ ପରେ ‘ମହାରାଣୀ’ ସିରିଜ ଆଣିବେ ନିର୍ଦ୍ଦେଶକ ସୁଭାଷ - ରିଚା ଚଡ୍ଡାଙ୍କ ଆଗାମୀ ଫିଲ୍ମ ନ୍ୟୁଜ

ମହିଳା ରାଜନୀତିଜ୍ଞଙ୍କ କାହାଣୀ ଆଧାରିତ କରି ୱେବ ସିରିଜ ନିର୍ମାଣ କରିବେ ନିର୍ଦ୍ଦେଶକ ସୁଭାଷ । ଏହାପୂର୍ବରୁ ରିଲିଜ ହେବ ତାଙ୍କ ଫିଲ୍ମ ‘ମ୍ୟାଡମ ଚିଫ୍ ମିନିଷ୍ଟର’ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଭାଷ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଭାଷ କପୁର
author img

By

Published : Nov 4, 2020, 3:30 PM IST

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ଜଲି ଏଲଏଲବି 2’ର ନିର୍ଦ୍ଦେଶକ ସୁଭାଷ କପୁରଙ୍କ ଆଗାମୀ ଫିଲ୍ମ ‘ମ୍ୟାଡମ ଚିଫ ମିନିଷ୍ଟର’ ରିଲିଜକୁ ନେଇ ଚର୍ଚ୍ଚା । ଅନେକ ବଡ କର୍ପୋରେଟ ହାଉସ ଫିଲ୍ମ ରିଲିଜ କରିବାକୁ ସେ ଉତ୍ସାହିତ ଅଛନ୍ତି । ଖୁବଶୀଘ୍ର ୟୁପେରେ ରିଲିଜ ହେବ ଫିଲ୍ମ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୟାବତୀଙ୍କ କାହାଣୀ ନେଇ ଆଧାରିତ ଏହି ଫିଲ୍ମ । ଯେଉଁଥିରେ ବଲିଉଡର ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାବ୍ୟତୀତ ସୁଭାଷ ଆଉ ଏକ ମହିଳା ରାଜନୀତିଜ୍ଞଙ୍କ କାହାଣୀ ପରଦାରେ ଦେଖାଇବାକୁ ଯାଉଛନ୍ତି ।

ସୁଭାଷ ଓଟିଟି ପ୍ଲାଟଫର୍ମ ପାଇଁ ଏକ ୱେବ ସିରିଜ ନିର୍ମାଣ କରିବେ । ଯାହା ରାଜନୀତି ଉପରେ ଆଧାରିତ । ଏହି ସିରିଜର ଟାଇଟଲ ‘ମହାରାଣୀ’ ରଖିବେ ବୋଲି ଚିନ୍ତା କରିଛନ୍ତି ସୁଭାଷ । ଏଥିପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି । ମୁଖ୍ୟ କଥା ହେଉଛି ଯେ ଏହି ସିରିଜରେ ରାଣୀ ଭୂମିକାରେ ଅଭିନୟ କରିବା ପାଇଁ ସେ ‘ଜଲି ଏଲଏଲବି 2’ର ମୁଖ୍ୟ ଅଭିନେତ୍ରୀ ହୁମା କୁରୈଶିଙ୍କୁ ଚୟନ କରିଛନ୍ତି।

ଆଉ ଏବେ ସିରିଜର ଅନ୍ୟ ଷ୍ଟାରକାଷ୍ଟଙ୍କ ଘୋଷଣା ହୋଇନାହିଁ । ସେହିପରି ସୁଭାଷ ମହାରାଣୀର ନିର୍ଦ୍ଦେଶନା ଦାୟିତ୍ବ ନିର୍ଦ୍ଦେଶକ କରନ ଶର୍ମାଙ୍କୁ ଦେଇଛନ୍ତି । ଯିଏ ଜଣେ ବିଜ୍ଞାପନ ଫିଲ୍ମ ନିର୍ଦ୍ଦେଶକ । ଏହି ସିରିଜ ଦ୍ବାରା କରନ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.