ETV Bharat / sitara

ଓଟିଟିରେ ଫିଲ୍ମ ରିଲିଜ: ଆଇନକ୍ସର ଚେତାବନୀରେ କୁନାଲଙ୍କ ପ୍ରତିକ୍ରିୟା

ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜକୁ ନେଇ ନିର୍ମାତାଙ୍କ ଉପରେ ରାଗିଯାଇଛନ୍ତି ସିନେମାଘର ମାଲିକ। ଏବେ ଏହି ମାମଲାରେ କଡା ଜବାବ ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ନିର୍ଦ୍ଦେଶକ କୁନାଲ।

author img

By

Published : May 16, 2020, 1:14 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲକଡାଉନ ପାଇଁ ଠପ ପଡିଛି ସବୁ କାମ। ଦିନକୁ ଦିନ ବଢୁଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦେଖି ଲାଗୁଛି ପୁରା ବିଶ୍ବ ବିପଦରେ। ଦେଶର ସବୁ କାର୍ଯ୍ୟ ସହ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଅନେକ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଏମିତି ପରିସ୍ଥିତିରେ ମେକର୍ସ ନିଜ ନିଜ ଫିଲ୍ମକୁ ରିଲିଜ କରିବା ପାଇଁ ଓଟିଟି ପ୍ଲାଟଫର୍ମକୁ ଚୟନ କରିଛନ୍ତି। ହେଲେ ନିର୍ମାତାଙ୍କ ଏଭଳି ପଦକ୍ଷେପରେ କ୍ରୋଧିତ ନଜର ଆସୁଛନ୍ତି ସିନେମାଘର ମାଲିକ।

tweet
ଫଟୋ ସୌଜନ୍ୟ: ଟ୍ବିଟର@କୁନାଲ କୋହଲି

ସୁଜିତ ସରକାରଙ୍କ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ ସିତାବୋ’ ଓଟିଟିରେ ରିଲିଜ ହେବା ଘୋଷଣା ପରେ ମଲ୍ଟିପ୍ଲେକ୍ସ ଆଇନକ୍ସ ଏକ ପ୍ରେସ ନୋଟ ଜାରି କରି ରାଗ ପ୍ରକାଶ କରିଥିଲା । ଯାହା ଉପରେ ଏବେ ନିର୍ଦ୍ଦେଶକ କୁନାଲ କୋହଲିଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

‘ମୁଝସେ ଦୋସ୍ତୀ କରୋଗେ’, ‘ହମ ତୁମ’, ‘ଫନା’ ଓ ‘ତେରୀ ମେରୀ କାହାନୀ’ ଭଳି ଫିଲ୍ମ ନିର୍ଦ୍ଦେଶକ କରିସାରିଥିବା କୁନାଲ ଏକ ଟ୍ବିଟ ଜରିଆରେ ଆଇନକ୍ସକୁ ଜବାବ ଦେଇଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି, ‘ଆଇନକ୍ସ ଜଣାଇଛି ଯେ ସେମାନଙ୍କର ରାଜସ୍ବର କେତେ ପ୍ରତିଶତ ଟିକେଟ୍ ବିକ୍ରୟ ବନାମ ଖାଦ୍ୟ-ପାନୀୟ ଉପରେ ନିର୍ଭର। ଖାଦ୍ୟ-ପାନୀୟ ବିକ୍ରି ଟିକେଟ ସେଲ ଉପର ଆଧାରିତ। କେହି ମଧ୍ୟ ଖାଇବା ପାଇଁ ଥିଏଟର ଯାଉନାହାଁନ୍ତି । ମହାମାରୀ ସମୟରେ ନିର୍ମାତାଙ୍କ ସମାଲୋଚନା କରିବା ପୂର୍ବରୁ ବିକ୍ରିରୁ ହେଉଥିବା ଆୟକୁ ସେମାନଙ୍କ ସହ ସେୟାର କରନ୍ତୁ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.