ETV Bharat / sitara

ତାଣ୍ଡବ ବିବାଦ: ୱେବ୍ ସିରିଜରେ ପରିବର୍ତ୍ତନ କହିଲେ ନିର୍ଦ୍ଦେଶକ - director-ali-abbas-zafar-again-apologies

ୱେବ ସିରିଜ 'ତାଣ୍ଡବ'କୁ ନେଇ ବିବାଦ ବଢୁଥିବା ଦେଖି ଏବେ ମଙ୍ଗଳବାର ନିର୍ଦ୍ଦେଶକ ଅଲି ଏକ ଟୁଇଟ୍ କରି କହିଛନ୍ତି, ୱେବ୍ ସିରିଜ୍ ରେ ବିବାଦୀୟ ସିନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

director-ali-abbas-zafar-again-apologies-on-web-series-tandav-controversy
ତାଣ୍ଡବ ବିବାଦ: ୱେବ୍ ସିରିଜ୍ ରେ ହେବ ପରିବର୍ତ୍ତନ କହିଲେ ନିର୍ଦ୍ଦେଶକ ଅଲି
author img

By

Published : Jan 19, 2021, 10:52 PM IST

ନୂଆଦିଲ୍ଲୀ: ୱେବ୍ ସିରିଜ୍ 'ତାଣ୍ଡବ'କୁ ନେଇ ବିବାଦ ବଢୁଥିବା ଦେଖି ସୋସିଆଲ ମିଡିଆରେ ସୋମବାର ଏକ ପୋଷ୍ଟ ସେୟାର କରି ନିର୍ଦ୍ଦେଶକ ଅଲି ଅବ୍ବାସ ଜଫର ବିନା ସର୍ତ୍ତରେ କ୍ଷମା ମାଗିଥିଲେ ।

ଏବେ ମଙ୍ଗଳବାର ଅଲି ଏକ ଟୁଇଟ୍ କରି କହିଛନ୍ତି, ୱେବ ସିରିଜରେ ବିବାଦୀୟ ସିନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଲି ଟ୍ବିଟ କରି କହିଛନ୍ତି ଯେ, ଆମେ ଦେଶର ଲୋକଙ୍କ ଭାବନାକୁ ସମ୍ମାନ ଦେଉ । ଆମେ କୌଣସି ବ୍ୟକ୍ତି, ଜାତି, ସମ୍ପ୍ରଦାୟ,ଧର୍ମ କିମ୍ବା ଧାର୍ମିକ ବିଶ୍ବାସ, କୌଣସି ଅନୁଷ୍ଠାନ, ରାଜନୌତିକ ଦଳ କିମ୍ବା ମୃତ ବ୍ୟକ୍ତିଙ୍କ ଭାବନାକୁ ଆଘାତ କରିବାକୁ ଦେବାକୁ ଚେଷ୍ଟା କରି ନାହୁଁ । ତାଣ୍ଡବର କାଷ୍ଟ ଏବଂ କ୍ରୁଙ୍କ ଦ୍ବାରା ପ୍ରକାଶିତ ଚିନ୍ତାଧାରାକୁ ଧ୍ୟାନରେ ରଖି ୱେବ୍ ସିରିଜ୍ ରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବିଷୟରେ ସମର୍ଥନ ପାଇଁ ଆମେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଉଛୁ । ଆମେ ପୁଣି ଥରେ କ୍ଷମା ପ୍ରାର୍ଥନା କରୁଛୁ ଯଦି କୌଣସି ବ୍ୟକ୍ତିର ଭାବନାକୁ ଆଘାତ ପହଞ୍ଚାଇଛୁ ' ।

  • #Tandav makers to make changes in the web series after controversy पर जब तब बदमाशों को जेल नहीं भेजते हमारा #Tandav रुकेगा नहीं लगभग 4 दिन होने आए महाराष्ट्र की सरकार FIR दर्ज नहीं कर रही हैं वे देवताऔ अपमानित करनेवालों बचा रही है हमारा संघर्ष जारी रहेगा. इन्हे लातों से भरे चौक pic.twitter.com/59alYblnMw

    — Ram Kadam - राम कदम (@ramkadam) January 19, 2021 " class="align-text-top noRightClick twitterSection" data=" ">

ଏଥି ସହିତ ଅଲିଙ୍କ ଏହି ଟ୍ବିଟ ପରେ ବିଜେପି ନେତା ରାମ କଦାମ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଯେପର୍ଯ୍ୟନ୍ତ ବଦମାଶମାନଙ୍କୁ ଜେଲ ପଠାଯାଇନାହିଁ ସେପର୍ଯ୍ୟନ୍ତ ଆମର ତାଣ୍ଡବ ବନ୍ଦ ହେବ ନାହିଁ । ଆମର ସଂଗ୍ରାମ ଜାରି ରହିବ ।

ଏହାପୂର୍ବରୁ ସୋମବାର ଅଲି ଟୁଇଟ୍ କରି କହିଥିଲେ, ୱେବ ସିରିଜ ତାଣ୍ଡବ ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଏହାର କୌଣସି ଜୀବତ ବ୍ୟକ୍ତି ଓ ଘଟଣା ସହ ସମ୍ପୃକ୍ତି ନାହିଁ । ତବେ ଦର୍ଶକଙ୍କ ପକ୍ଷରୁ ବ୍ୟକ୍ତ କରାଯାଉଥିବା ଚିନ୍ତାକୁ ଗମ୍ଭୀରତାର ସହ ନିଆଯାଉଛି ଓ କହାରି ଭାବନାକୁ ଯଦି ଅଜାଣତରେ ଆଘାତ ପହଞ୍ଚିଥିବ ତେବେ ଆମେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ ।

ପ୍ରକାଶ ଥାଉ ଯେ, 'ତାଣ୍ଡବ'ରେ ଅଭିନେତା ସୈଫ ଅଲି ଖାନ, ଡିମ୍ପଲ କପାଡିଆ ଏବଂ ସୁନୀଲ ଗ୍ରୋଭରଙ୍କ ସମେତ 32 ଟି ଫିଲ୍ମ ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.