ETV Bharat / sitara

କାନ୍ଦିଲେ ଧର୍ମେନ୍ଦ୍ର, ଭାଇରାଲ ହେଲା ଭିଡିଓ - ଅଭିନେତା ସନ୍ନି ଦେଓଲ

ରିୟାଲିଟି ଶୋ ‘ସୁପରଷ୍ଟାର ସିଙ୍ଗର’ରେ ନାତି କରନ ଦେଓଲଙ୍କ ଫିଲ୍ମ ପ୍ରମୋଶନ କରିବାକୁ ପହଞ୍ଚିଥିବା ଧର୍ମେନ୍ଦ୍ର ଭାବୁକ ହୋଇ କାନ୍ଦି ପକାଇଲେ । କାରଣ ଜାଣି ଆପଣ ହୋଇଯିବେ ଇମୋସନାଲ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଧର୍ମେନ୍ଦ୍ର ଫ୍ୟାନକ୍ଲବ
author img

By

Published : Sep 12, 2019, 9:38 PM IST

ମୁମ୍ବାଇ: ବି-ଟାଉନର ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ଦିୱାନା ଆଜି ମଧ୍ୟ କମ ନାହାଁନ୍ତି । ନିଜ ଦମଦାର ଅଭିନୟ ଜରିଆରେ ହଜାର ହଜାର ଦର୍ଶକଙ୍କ ମନ କିଣିଥିଲେ ଧର୍ମେନ୍ଦ୍ର । ଇତି ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଇମୋସନାଲ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଖୁବ୍ କାନ୍ଦୁଥିବାର ନଜର ଆସୁଛନ୍ତି । ତାଙ୍କ ଆଖିରେ ଲୁହ ଦେଖି ତାଙ୍କ ପୁଅ ତଥା ଅଭିନେତା ସନ୍ନି ଦେଓଲ ଓ ନାତି କରନ ଦେଓଲ ମଧ୍ୟ ଭାବୁକ ନଜର ଆସିଛନ୍ତି ।

ଧର୍ମେନ୍ଦ୍ରଙ୍କ ଏହି ଭିଡିଓ ଛୋଟ ପରଦାର ସିଙ୍ଗିଂ ଶୋ ‘ସୁପରଷ୍ଟାର ସିଙ୍ଗର’ରୁ ସାମ୍ନାକୁ ଆସିଛି । ଯେଉଁଠାରେ ଧର୍ମେନ୍ଦ୍ର ନାତି କରନଙ୍କ ଡେବ୍ୟୁ ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ର ପ୍ରମୋଶନ କରିବାକୁ ପହଞ୍ଚିଥିଲେ ।

ଆଉ ଏହି ଶୋର ହୋଷ୍ଟ ଜୟ ଭାନୁଶାଲୀ ତାଙ୍କୁ ତାଙ୍କ ଗାଁ ସାନେୱାଲର ଭିଡିଓ ଦେଖାଇଥିଲେ । ଯାହାକୁ ଦେଖି କାନ୍ଦି ପକାଇଥିଲେ ଧର୍ମେନ୍ଦ୍ର । ନିଜ ପିଲାବେଳର ସ୍ଥାନକୁ ଦେଖି ଭାବୁକ ହୋଇଉଠିଥିଲେ ଧର୍ମେନ୍ଦ୍ର । ଭିଡିଓ ଶେଷରେ ସେ ଜୟଙ୍କୁ କହିଲେ 'କି ତୁମେ କନ୍ଦାଇ ଦେଲ' ।

ଗାଁର ପୋଲ ପାଖରେ ବସି ସେ ଅଭିନେତା ହେବାର ସ୍ବପ୍ନ ଦେଖୁଥିଲେ । ଗାଁର ମାଟିକୁ ସେ ଖୁବ୍ ପ୍ରେମ କରନ୍ତି । ସାନେୱାଲରେ ତାଙ୍କ ପରିବାର ପାର୍ଟିସନ ପୂର୍ବରୁ ରହୁଥିଲେ ବୋଲି ଭିଡିଓରେ କହୁଥିବାର ନଜର ଆସୁଛନ୍ତି ଧର୍ମେନ୍ଦ୍ର । ଆପଣ ମଧ୍ୟ ଦେଖନ୍ତୁ ଭିଡିଓ...

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.