ETV Bharat / sitara

Dhanush Net Worth: କୋଟି କୋଟି ଟଙ୍କା ରୋଜଗାର କରନ୍ତି ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ବାଇଁ, ଝିଅ ବି କିଛି କମ୍‌ ନୁହେଁ

author img

By

Published : Jan 18, 2022, 4:28 PM IST

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ଧନୁଷ-ଐଶ୍ବର୍ଯ୍ୟା 18 ବର୍ଷ ପରେ ଅଲଗା ହେବାକୁ ମନସ୍ଥ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଲୋକପ୍ରିୟ ଦମ୍ପତିଙ୍କ ମୋଟ ସମ୍ପତ୍ତି ବିଷୟରେ । ଅଧିକ ପଢନ୍ତୁ

କୋଟି କୋଟି ଟଙ୍କା ରୋଜଗାର କରନ୍ତି ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ବାଇଁ, ଝିଅ ବି କିଛି କମ୍‌ ନୁହେଁ

ହାଇଦ୍ରାବାଦ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାର ଧନୁଷଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ବାଇଁ ହେବା ବ୍ୟତୀତ ତାଙ୍କର ଏକ ଭିନ୍ନ ପରିଚୟ ମଧ୍ୟ ଅଛି । ଆଜି ଧନୁଷ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି। ବାସ୍ତବରେ, ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ଅତି ଚର୍ଚ୍ଚିତ ଯୋଡି 18 ବର୍ଷ ପରେ ଅଲଗା ହେବାକୁ ମନସ୍ଥ କରିଛନ୍ତି, ତେବେ ଆସନ୍ତୁ ଜାଣିବା ଏହି ଲୋକପ୍ରିୟ ଦମ୍ପତିଙ୍କ ମୋଟ ସମ୍ପତ୍ତି ବିଷୟରେ...

ଆହୁରି ପଢନ୍ତୁ: ଫିଲ୍ମହଲରୁ ଆରମ୍ଭ ହୋଇଥିଲା ସୁପରଷ୍ଟାରଙ୍କ ପ୍ରେମକାହାଣୀ

କୋଟି କୋଟି ଚଙ୍କାର ମାଲିକ ଧନୁଷ :

କେବଳ ଧନୁଷଙ୍କ ବିଷୟରେ କହିବା ତ, ସେ ତାଙ୍କ ପ୍ରତିଭା ଆଧାରରେ କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି। 2020 ମସିହାରେ ଧନୁଷ 145 କୋଟି ଟଙ୍କା ରୋଜଗାର କରିଥିଲେ । ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଧନୁଷଙ୍କ ଆୟ 20 ମିଲିୟନ୍ ଆମେରିକୀୟ ଡଲାର ଅର୍ଥାତ୍ 142 କୋଟି ଟଙ୍କା ଥିଲା। ଯେତେବେଳେ କି, ଏବିପିଙ୍କ କହିବାନୁସାରେ, ତାଙ୍କର ମୋଟ ମୂଲ୍ୟ 160 କୋଟି ଟଙ୍କା ଥିଲା । ଧନୁଷ ଏକ ଚଳଚ୍ଚିତ୍ର ପାଇଁ ସାତରୁ ଆଠ କୋଟି ଟଙ୍କା ନେଇଥାନ୍ତି । ଏହା ବ୍ୟତୀତ ବିଜ୍ଞାପନ ଏବଂ ଅନ୍ୟାନ୍ୟ ଜିନିଷରୁ ମଧ୍ୟ ରୋଜଗାର କରନ୍ତି । ସେ ଚେନ୍ନାଇର ପୋଶ ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରୁହନ୍ତି । ଏହି ବଙ୍ଗଳାର ମୂଲ୍ୟ ପ୍ରାୟ 20 ରୁ 25 କୋଟି ହେବ । ବର୍ତ୍ତମାନ ସୁଦ୍ଧା ଧନୁଷ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟା ଏବଂ ଦୁଇ ପିଲାଙ୍କ ସହ ଏହି ବଙ୍ଗଳାରେ ରହୁଥିଲେ ।

ଆହୁରି ପଢନ୍ତୁ: ୧୮ ବର୍ଷର ବୈବାହିକ ଜୀବନରେ ବ୍ରେକ, ଅଲଗା ହେଲେ ଧନୁଷ ଐଶ୍ବର୍ଯ୍ୟା

ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ରୋଜଗାର :

ଐଶ୍ବର୍ଯ୍ୟା ରଜନୀକାନ୍ତ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ପେଶାରେ ଗାୟିକା ଐଶ୍ବର୍ଯ୍ୟା ବର୍ଷକରେ 7 ରୁ 35 କୋଟି ରୋଜଗାର କରନ୍ତି । ଯଦି ଆକଳନ କରାଯାଏ, ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏହି ପ୍ରସିଦ୍ଧ ଯୋଡି ଗୋଟିଏ ବର୍ଷରେ ପ୍ରାୟ 145 କୋଟି ଟଙ୍କା ରୋଜଗାର କରନ୍ତି । ଅଭିନୟ ବ୍ୟତୀତ ଧନୁଷ ଜଣେ ନିର୍ଦ୍ଦେଶକ, ପ୍ଲେବ୍ୟାକ୍ ଗାୟକ ଏବଂ ନିର୍ମାତା ଭାବରେ ମଧ୍ୟ ନିଜକୁ ପ୍ରମାଣିତ କରିଛନ୍ତି । ଏହା ବ୍ୟତୀତ ଏହି ଯୋଡି ବିଭିନ୍ନ ସ୍ଥାନରେ ଅନେକ ବଡ ସମ୍ପତ୍ତିରେ ବିନିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.