ETV Bharat / sitara

Dhanush Aishwarya Love story: ଫିଲ୍ମହଲରୁ ଆରମ୍ଭ ହୋଇଥିଲା ସୁପରଷ୍ଟାରଙ୍କ ପ୍ରେମକାହାଣୀ

author img

By

Published : Jan 18, 2022, 11:18 AM IST

ଧନୁଷ ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ଧନୁଷ ଏବଂ ଐଶ୍ୱର୍ଯ୍ୟା ଉଭୟ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ

ସିନେମା ଘରୁ ଆରମ୍ଭ ସୁପରଷ୍ଟାରଙ୍କ ପ୍ରେମ କାହାଣୀ

ହାଇଦ୍ରାବାଦ: ଧନୁଷ ଐଶ୍ବର୍ଯ୍ୟାଙ୍କ ପାଇଁ ଦିନେ ଜୀବନ ଦେବାକୁ ରାଜି ଥିଲେ, ଆଜି ତାଙ୍କ ଜୀବନରୁ ତାଙ୍କୁ ଅଲଗା କରିଦେଇଛନ୍ତି। ସମୟ ଥିଲା ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା, ଆଜି ଧନୁଷ ଏବଂ ଐଶ୍ବର୍ଯ୍ୟାଙ୍କ ଅଲଗା ହେବା ଖବର ଚର୍ଚ୍ଚାରେ । ୧୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗିବାକୁ ସେମାନେ ଆପୋଷ ବୁଝାମଣା କରିସାରିଛନ୍ତି। ଏମିତି କି ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଏବଂ ସେମାନଙ୍କୁ ପ୍ରାଇଭେସି ଦେବାକୁ ପ୍ରଶଂସକଙ୍କୁ ଅପିଲ ବି କରିଛନ୍ତି। ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ପତ୍ନୀ ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ଠାରୁ ଛାଡ଼ପତ୍ର ନେଉଥିବା ନେଇ ସ୍ପଷ୍ଟ କରିଛନ୍ତି ଧନୁଷ।

@aishwaryaa_r_dhanush
@aishwaryaa_r_dhanush

ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ନିର୍ମାତା କସ୍ତୁରୀ ରାଜଙ୍କ ପୁଅ ଧନୁଷ ଏବଂ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ପ୍ରଥମ ସାକ୍ଷାତ ବହୁତ ଫିଲ୍ମୀ ଥିଲା। ଦୁହିଁଙ୍କର ପ୍ରଥମ ଥର ଭେଟ ଧନୁଷଙ୍କ ଫିଲ୍ମ 'Kaadhal Kondein' ରିଲିଜ୍ ସମୟରେ ହୋଇଥିଲା। ଧନୁଷ ତାଙ୍କ ପରିବାର ସହିତ ସିନେମା ହଲକୁ ଯାଇଥିଲେ, ଯେଉଁଠାରେ ରଜନୀକାନ୍ତଙ୍କ ଦୁଇ ଝିଅ ଐଶ୍ୱର୍ଯ୍ୟା ଏବଂ ସୌନ୍ଦର୍ଯ୍ୟା ମଧ୍ୟ ଉପସ୍ଥିତ ଥିଲେ । ସିନେମା ମାଲିକ ପ୍ରଥମେ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କୁ ଧନୁଷଙ୍କ ସହ ପରିଚିତ କରାଇଥିଲେ ଏବଂ ପରେ ଐଶ୍ବର୍ଯ୍ୟା ଧନୁଷଙ୍କୁ ଫିଲ୍ମରେ ଅଭିନୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହା ପରଦିନ ଐଶ୍ବର୍ଯ୍ୟା ରଜନୀକାନ୍ତ ଧନୁଷଙ୍କୁ ଏକ ଫୁଲତୋଡା ପଠାଇ ଏକ ଖାସ୍‌ ନୋଟ୍ ଲେଖିଥିଲେ। ଧନୁଷଙ୍କୁ ଏହା ବହୁତ ପସନ୍ଦ ଆସିଥିଲା। କିନ୍ତୁ ସେତେବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ଭଳି କିଛି ନଥିଲା ।

@aishwaryaa_r_dhanush
@aishwaryaa_r_dhanush

କିଛି ଦିନ ପରେ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷଙ୍କ ସମ୍ପର୍କର ଖବର ଚର୍ଚ୍ଚାକୁ ଆସିଥିଲା। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ସଦସ୍ୟଙ୍କୁ ଲାଗିଥିଲା ଯେ ଦୁହେଁ ପରସ୍ପର ପାଇଁ ଭଲ ଜୀବନସାଥୀ ହୋଇପାରିବେ। ଏହା ପରେ ଉଭୟଙ୍କ ପରିବାର ଭେଟାଭେଟି ହୋଇଥିଲେ ଏବଂ ଧୀରେ ଧୀରେ ଧନୁଷ ମଧ୍ୟ ଐଶ୍ବର୍ଯ୍ୟାଙ୍କ ପ୍ରେମରେ ପଡିଗଲେ। ଦୁହେଁ ପରଷ୍ପରର ଭଲ ଜୀବନସାଥୀ ହୋଇପାରିବେ ବୋଲି ଅନୁଭବ କଲେ । ଏହାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ ।

ଆହୁରି ପଢନ୍ତୁ: ୧୮ ବର୍ଷର ବୈବାହିକ ଜୀବନରେ ବ୍ରେକ, ଅଲଗା ହେଲେ ଧନୁଷ ଐଶ୍ବର୍ଯ୍ୟା

ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷ ବିବାହ ପୂର୍ବରୁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିଥିଲେ। 2014 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ଯେତେବେଳେ ଧନୁଷ ଏବଂ ଐଶ୍ବର୍ଯ୍ୟା ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, କିଛି ଲୋକ ଭାବିଥିଲେ ଯେ ସେମାନଙ୍କ ଯୋଡି ମେଳ ଖାଉ ନାହିଁ, କାରଣ ଐଶ୍ବର୍ଯ୍ୟା ଧନୁଷଙ୍କଠାରୁ 2 ବର୍ଷ ବଡ। ଧନୁଷଙ୍କ ବୟସ ୨୧ ଓ ଐଶ୍ବର୍ଯ୍ୟା ବୟସ ୨୩ ଥିଲା। କିନ୍ତୁ ଉଭୟଙ୍କ ମଧ୍ୟରେ ବୟସ ବ୍ୟବଧାନ କେବେ ଆସିନଥିଲା। ଉଭୟଙ୍କର ଦୁଇଟି ସନ୍ତାନ ୟାତ୍ରା (୧୫) ଓ ଲିଙ୍ଗା (୧୧) ଅଛନ୍ତି।

@aishwaryaa_r_dhanush
@aishwaryaa_r_dhanush

ଜେଏଫଡବ୍ଲ୍ୟୁକୁ ଦେଇଥିବା ଏକ ସାକ୍ଷାତକାରରେ ଐଶ୍ବର୍ଯ୍ୟା ରଜନୀକାନ୍ତ ଧନୁଷଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ - ଆମ ସମ୍ପର୍କର ସବୁଠାରୁ ସୁନ୍ଦର। ଆମେ ଦୁହେଁ ପରସ୍ପରକୁ ବହୁତ ସ୍ଥାନ ଦେଇଥାଉ। ଏକାଠି ରହିବା ପାଇଁ ଆମେ କେବେ ପରସ୍ପରକୁ ବଦଳାଇବାକୁ ଚେଷ୍ଟା କରିନାହୁଁ । ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ସୋସିଆଲ ମିଡିଆରେ ମଧ୍ୟ ଏହି ଦମ୍ପତି ବେଶ୍‌ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ ବିବାହର 18 ବର୍ଷ ପରେ ଉଭୟଙ୍କ ସୁନ୍ଦର ପ୍ରେମ କାହାଣୀରେ ପଡିଛି ପୂର୍ଣ୍ଣଚ୍ଛେଦ।

@aishwaryaa_r_dhanush
@aishwaryaa_r_dhanush

ଉଭୟ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ପୋଷ୍ଟରେ କୌଣସି ଭିନ୍ନତା ନାହିଁ। ଗୋଟିଏ ଲେଟରକୁ ହିଁ ଉଭୟ ସେୟାର କରିଛନ୍ତି । ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ସମାନ ପୋଷ୍ଟ ସେୟାର କରି ଲେଖିଛନ୍ତି, 'କୌଣସି କ୍ୟାପସନର ଆବଶ୍ୟକ ନାହିଁ ... କେବଳ ତୁମର ବୁଝିବା ଏବଂ ପ୍ରେମ ଦରକାର !' ତେବେ ଧନୁଷ ଏବଂ ଐଶ୍ୱର୍ଯ୍ୟା କାହିଁକି ହଠାତ ଏଭଳି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.