ମୁମ୍ବାଇ: ନିକଟରେ ସୁନ୍ଦରୀ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ନାଁ ବଲିଉଡ ଡ୍ରଗ୍ସ କେସରେ ସାମ୍ନାକୁ ଆସିଥିଲା । ଏହି ମାମଲାରେ ତାଙ୍କୁ ଦୁଇଥର ପଚରାଉଚରା କରିଥିଲା ଏନସିବି । ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗିରଫ ହେବା ପରେ ଅନେକ ସେଲିବ୍ରିଟିଙ୍କ ନାମ ଏନିସିବି ସାମ୍ନାରେ ରଖିଥିଲେ । ତାଙ୍କ ବୟାନକୁ ଆଧାର କରି ଏହାର ଛାନଭିନ ଏଯାବତ କରୁଛି ଏନସିବି । ଇତିମଧ୍ୟରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଦୁନିଆରେ 7 ବର୍ଷ ପୂରଣ କରିଛନ୍ତି ରକୁଲ । ଆଉ ଏହି ଅବସରରେ ରବିବାର ସେଲିବ୍ରେଶନ ମୁଡରେ ନଜର ଆସିଥିଲେ ।
ଇନଷ୍ଟାଗ୍ରାମରେ 7 ବର୍ଷ ପୁରୁଣା ଫଟୋ ସହ ନୂଆ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ମୋ 7 ବର୍ଷ । ସେତେବେଳେ ମୁଁ ହସୁଥିଲେ ଆଉ ଏବେ ମଧ୍ୟ ହସୁଛି । କାରଣ ହେଲା ସବୁ ଲୋକ ମତେ ଏବଂ ମୋ ଅଭିନୟକୁ ହୃଦୟରୁ ଗ୍ରହଣ କରିଛନ୍ତି । ଦିଲ୍ଲୀ ଗାର୍ଲରୁ ପକା ତେଲୁଗୁ ଅମାୟି । ଏହି ଯାତ୍ରା ବହୁତ ସୌନ୍ଦର୍ଯ୍ୟଭରା ଥିଲା । ସବୁ ନିର୍ମାତା, ନିର୍ଦ୍ଦେଶକ, କୋଷ୍ଟାର, ଫ୍ରେଣ୍ଡ ଏବଂ ମୋ ଫ୍ୟାନ୍ସଙ୍କୁ ଅନେକ ଅନେକ ଧନ୍ୟବାଦ । ଯେଉଁମାନେ ସର୍ବଦା ମୋ ପଛରେ ଠିଆ ହୋଇଆସୁଛନ୍ତି । ପ୍ରତ୍ୟେକ ଦିନ ସହିତ ମୋତେ ଏକ ଭଲରେ ପରିଣତ ହେବାକୁ ସାହାଯ୍ୟ କରିବାକୁ ମୋତେ ପ୍ରଶଂସା ଏବଂ ସମାଲୋଚନା କରିଛନ୍ତି । ମୋ ପରିବାର, ପରିଚାଳକ ଏବଂ ଟିମ ବିନା ଏହା ଆଦୌ ସମ୍ଭବ ହୋଇନଥାନ୍ତା ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ରକୁଲ ତେଲୁଗୁ ଫିଲ୍ମ ‘ଭେଙ୍କଟାଦ୍ରି ଏକ୍ସପ୍ରେସ’ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ‘ପାଣ୍ଡାଗା ଚେସ୍କୋ’, ‘ନାନ୍ନାକୁ ପ୍ରେମାଥୋ’, ‘ରାରାଣ୍ଡୋଇ ବେଦୁକା ଚୁଡମ୍’ ଏବଂ ‘ମନମାଧୁଡୁ ୨’ ଅଭିନୟ କରିଥିଲେ । ମହେଶ ବାବୁ, ରାମ ଚରଣ, ଜୁନିଆର ଏନଟିଆର, ନାଗାର୍ଜୁନା ଆକ୍କିନେନି ଏବଂ ଅଲୁ ଅର୍ଜୁନଙ୍କ ପରି ଟଲିଉଡ ସୁପରଷ୍ଟାରଙ୍କ ସହ ସ୍କ୍ରିନ୍ ସେୟାର କରିସାରିଛନ୍ତି ।
@IANS