ନୂଆଦିଲ୍ଲୀ: ବି-ଟାଉନ ପଦ୍ମାବତୀ ଦୀପିକା ପାଦୁକୋନ ଏହି ସମୟରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । ଦୀପିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୱାର୍କଆଉଟର କିଛି ଫଟୋ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି ।
- " class="align-text-top noRightClick twitterSection" data="
">
ସେ ନିଜର ଗୋଟିଏ ଫଟୋରେ କ୍ୟାପସନ ଦେଇ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଯେ ସେ ପୁଶ-ଅପ୍ସ କରୁଥିବା ସମୟରେ ସ୍ଲିପ ହୋଇଯାଇଥିଲେ । କିନ୍ତୁ ପଡିବା ପରେ ନିଜକୁ ନିଜେ ବଞ୍ଚାଇ ନେଇଥିଲେ ।
- " class="align-text-top noRightClick twitterSection" data="
">
ନିଜ ୱାର୍କଆଉଟର ତିନୋଟି ଫଟୋ ଇନଷ୍ଟାଗ୍ରାମରେ ସେ ସେୟାର କରିଛନ୍ତି । ଏଯାବତ ତାଙ୍କ ଫଟୋକୁ 14 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।
ଜଣାଇ ଦେଉଛୁ ଯେ ଦୀପିକା ଏବର୍ଷ କାନ ଫିଲ୍ମ ଫେଷ୍ଟିଭାଲରେ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେ ସବୁ ବର୍ଷ ପରି ଏଥର ମଧ୍ୟ ନିଜର ଜଲୱା ଦେଖାଇବାକୁ ଜୋରସୋରରେ ଲାଗିଛନ୍ତି ।