ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ସ୍ୱାମୀ ରଣଭୀର ସିଂ ଏବଂ ପରିବାରଙ୍କ ସହ 'ଟିପିଏଲ-ଟାବୁ ପ୍ରିମିୟର ଲିଗ୍'ର ଏକ ସିରିଜ୍ ଖେଳି ସମୟ ଅତିବାହିତ କରୁଛନ୍ତି ।
- " class="align-text-top noRightClick twitterSection" data="
">
'ତମାଶା' ଅଭିନେତ୍ରୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହାସହିତ ସେ କହିଛନ୍ତି ଯେ, ଏହି ବୋର୍ଡ ଗେମ ବହୁତ କଷ୍ଟକର ଅଟେ । ମୁଁ ରଣଭୀର ଏବଂ ମୋ ପରିବାର ସହିତ 'ଟିପିଏଲ୍-ଟାବୁ ପ୍ରିମିୟର ଲିଗ୍' ଖେଳି ସମୟ ବିତାଉଛନ୍ତି ।
'ଛପାକ୍' ଅଭିନେତ୍ରୀ ଚଳିତ ମାସ ଆରମ୍ଭରେ ରଣଭୀରଙ୍କ ଜନ୍ମଦିନ ପାଳନ କରିଥିଲେ । ଯାହାର ଫଟୋ ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଥିଲେ ।
ଦେଶରେ କରୋନା ଭାଇରସ ଯୋଗୁଁ ଲକଡାଉନ କାରଣରୁ ସେଲିବ୍ରିଟି ଦମ୍ପତି ଘରେ ସମୟ ବିତାଉଛନ୍ତି ।
ଦୀପିକାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଛପାକ୍'ରେ ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଦୀପିକା ରଣଭୀର ସିଂଙ୍କ ସହ ଫିଲ୍ମ '83' ରେ ନଜର ଆସିବେ ।
ଏଦି ଫିଲ୍ମ1983 ରେ କ୍ରିକେଟ୍ ବିଶ୍ୱକପରେ ଭାରତର ବିଜୟର କାହାଣୀ ଅଟେ ।
ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଦୀପିକା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ଏକ ଫିଲ୍ମ ଘୋଷଣା କରିଥିଲେ । ଏହି ଚଳଚ୍ଚିତ୍ରର କୌଣସି ଟାଇଟେଲ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ । ଏହା ଏକ ବଡ ବଜେଟ୍ ଚଳଚ୍ଚିତ୍ର ହେବ ଏବଂ ଅନେକ ଭାଷାରେ ମୁକ୍ତିଲାଭ କରିବ ।